www.samajalive.in
Saturday, December 13, 2025
26.1 C
Bhubaneswar

ୟୁକ୍ରେନ ଉପରେ ରୁଷ୍‌ର ମିସାଇଲ୍‌ ଆକ୍ରମଣ, ଭୟରେ ବିଦ୍ୟୁତ ଯୋଗାଣ ବନ୍ଦ

କିଭ୍‌: ୟୁକ୍ରେନ ଉପରେ ବୁଧବାର ବଡ଼ ଧରଣର ମିସାଇଲ୍‌ ଆକ୍ରମଣ କରିଛି ରୁଷ୍‌। ଏହି କାରଣରୁ ସୁରକ୍ଷା ଦୃଷ୍ଟିରୁ ୟୁକ୍ରେନ ଏହାର ଅନେକ ସହରରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଇଛି। ୟୁକ୍ରେନର ଶକ୍ତିମନ୍ତ୍ରୀ ବୁଧବାର ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ୟୁକ୍ରେନ ଶକ୍ତିମନ୍ତ୍ରୀ ଫେସବୁକରେ ଲେଖିଛନ୍ତି ଯେ, ‘‘ଶତ୍ରୁ ଦେଶ ୟୁକ୍ରେନବାସୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି।’’

ୟୁକ୍ରେନର ଶକ୍ତିମନ୍ତ୍ରୀ ହରମନ ହଲ୍ୟୁଶ୍ଚେଙ୍କୋ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାକୁ ନିବେଦନ କରିଛନ୍ତି ଏବଂ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅପଡେଟ୍‌ ଉପରେ ନଜର ରଖିବାକୁ କହିଛନ୍ତି। ୟୁକ୍ରେନର ପଶ୍ଚିମ ଲିଭ୍ ଅଞ୍ଚଳରେ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଲିଭ୍ ସହରର ମେୟର ଏନେଇ ସୂଚନା ଦେଇଛନ୍ତି। ତେବେ ଏହି ଆକ୍ରମଣରେ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories