www.samajalive.in
Monday, December 8, 2025
27.1 C
Bhubaneswar

ଲୋକସେବା ଭବନରୁ ଦଲାଲ ଗିରଫ : ଚାକିରି ଦେବାକୁ କହି ଠକୁଥିଲେ ଲକ୍ଷାଧିକ ଟଙ୍କା

କଟକ: ଲୋକସେବା ଭବନରେ ମାତିଛନ୍ତି ଦଲାଲ। ଚାକିରି କରାଇ ଦେବାକୁ କହି ଠକୁଥିଲେ ଲକ୍ଷାଧିକ ଟଙ୍କା। ଏଭଳି ଜଣେ ଠକଙ୍କୁ ବାନ୍ଧିଛି  ପୁଲିସ୍। ବ୍ୟାସଦେବ ରଣା ନାମକ ଜଣେ ବ୍ୟକ୍ତି ଜଣଙ୍କ ଠାରୁ ଚାକିରି କରାଇଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ବ୍ୟାସଦେବଙ୍କ ନିକଟରୁ ପଞ୍ଚାୟତିରାଜ ବିଭାଗର ନକଲି ଆଇ କାର୍ଡ ମଧ୍ୟ ଜବତ ହୋଇଛି। ଠକ ବ୍ୟାସଦେବଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲାରେ ହୋଇଥିବା ସୂଚନା ମିଳିଛି। ସେ କିଛି ଦିନ ହେବ ଭୁବନେଶ୍ଵରରେ ରହୁଥିଲେ। ବ୍ୟାସଦେବ ନିଜକୁ ପଞ୍ଚାୟତିରାଜ ବିଭାଗର ସେକ୍ସନ୍ ଅଫିସର କହି ଲୋକଙ୍କୁ ଠକୁଥିଲେ। ତେବେ କ୍ୟାପିଟାଲ ଥାନା ପୁଲିସ୍ ଅଧିକ ତଦନ୍ତ ଚଳାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories