www.samajalive.in
Monday, December 8, 2025
20.1 C
Bhubaneswar

ଶାଶୁ ଘରକୁ ଯିବାବେଳେ ସୁନା ହାର ହଜାଇଥିଲେ; ଦୁଇ ମାସ ପରେ ଧାନ କ୍ଷେତରୁ ପାଇ ଫେରାଇଲେ ୩ ମହିଳା

ପାତ୍ରପୁର: ଦୁଇ ମାସ ପୂର୍ବେ ବାପ ଘରକୁ ଯିବା ବେଳ ହଜି ଯାଇଥିଲା ସୁନା ହାର। ଏବେ ୩ ମହିଳା ଧାନ କ୍ଷେତରୁ ସୁନା ହାର ପାଇ ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇଛନ୍ତି। ଏହି ଘଟଣା ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁନା ହାର ପେରାଇଥିବା ୩ ମହିଳାଙ୍କୁ ଅଞ୍ଚଳବାସୀ ବହୁ ପ୍ରଶଂସା କରିଛନ୍ତି।
ତୁରୁବୁଡି ପଂଚାୟତ କଣ୍ଟାଖାଳି ଗ୍ରାମର ସନ୍ତୋଷ ସାହୁଙ୍କ ଝିଅ ଭାରତୀ ସାହୁ ଦୁଇ ମାସ ପୂର୍ବେ ଶାଶୁଘର ନୀଳାଦ୍ରି ଚନ୍ଦ୍ରପୁର ଗ୍ରାମକୁ ଯାଉଥିବା ବେଳେ ସେ ବେକରେ ପିନ୍ଧିଥିବା ୪୦ ଗ୍ରାମ ଓଜନର ଏକ ସୁନା ହାର ହଜି ଯାଇଥିଲା। ଏହା ପରେ ପରିବାର ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ସହ ବସର ସିସିଟିଭି ଯାଞ୍ଚ କରି ନିରାଶ ହୋଇଥିଲେ। ଏହା ପରେ ସୁନା ହାର ସମ୍ପର୍କରେ ସୂଚନା ଦେଲେ ପଚାଶ ହଜାର ଟଙ୍କା ପୁରସ୍କାର ଦେବେ​‌ ବୋଲି ଘୋଷଣା ମଧ୍ୟ କରିଥିଲେ। ଆଜି ଗ୍ରାମର ତିନି ଜଣ ମହିଳା ସୀମାଞ୍ଚଳ ମିଶ୍ରଙ୍କ ଜମିରେ ଧାନ କାଟିବା ସମୟରେ ଗ୍ରାମର ମିଟୁ ଗୌଡ଼ଙ୍କ ପତ୍ନୀ ପବିତ୍ରା ଗୌଡ଼ ବିଲ ମଧ୍ୟରେ ହାରଟିକୁ ପାଇ ଥିଲେ। ହାରଟି ପାଇବା ସହିତ ସାଙ୍ଗରେ ଧାନ କାଟୁଥିବା ଲକ୍ଷ୍ମୀ ଗୌଡ଼, ବିଜି ଗୌଡ଼ଙ୍କୁ ଜଣାଇଥିଲେ । ଏହି ତିନି ଜଣ ପୂର୍ବରୁ ହଜି ଥିବା ହାରଟି ଭାରତୀଙ୍କର ବୋଲି ଜାଣିବା ସହିତ ତୁରନ୍ତ ଗ୍ରାମକୁ ଆସି ସୁନା ହାରଟିକୁ ଭାରତୀ ସାହୁଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି। ଖବର ପ୍ରଚାରିତ ହେବା ପରେ ବହୁ ଲୋକ ଗ୍ରାମରେ ପହଞ୍ଚି ଥିବା ବେଳେ ତିନି ଜଣଙ୍କ ଏହି କାର୍ଯ୍ୟ ପାଇଁ ଗ୍ରାମବାସୀ ପବିତ୍ରା ଗୌଡ଼, ଲକ୍ଷ୍ମୀ ଗୌଡ଼ ଓ ବିଜି ଗୌଡ଼ଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ପୁରସ୍କାର ବାବଦରେ ଘୋଷଣା ହୋଇଥିବା ରାଶି ନେବାକୁ ମହିଳାମାନେ ମନା କରିଥିବା ଜଣାପଡିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories