www.samajalive.in
Saturday, December 13, 2025
21.1 C
Bhubaneswar

ଜେଲରେ ନିର୍ଯାତନା ଅଭିଯୋଗ, ଡାକ୍ତରଖାନାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାଲେଶ୍ବର: ବିଚାରାଧୀନ କଏଦୀ ସଦର ଥାନା ଅନ୍ତର୍ଗତ ଜୟଦେବକସବା ଅଞ୍ଚଳର ଶେଖ ଜମାଲ(୬୨)ଙ୍କ ବାଲେଶ୍ବର ଜେଲରେ ଅସ୍ବାଭାବିକ ମୃତ୍ୟୁକୁ ନେଇ ଜିଲା ମୁଖ୍ୟ ଡାକ୍ତରଖାନାରେ ରବିବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ଜେଲ କର୍ତ୍ତୃପକ୍ଷ ଗୁରୁତର ଅବସ୍ଥାରେ ତାଙ୍କୁ ପୂର୍ବାହ୍ନ ୧୧ଟାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜମାଲଙ୍କ ଅପରାହ୍ନରେ ମୃତ୍ଯୁ ହୋଇଥୁଲା ।

ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚି ହୋହାଲ୍ଲା କରିବା ସହିତ ଜେଲରେ ଦିଆଯାଇଥିବା ଶାରୀରିକ ନିର୍ଯାତନାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଉଠାଇଥିଲେ। ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଓ ଜିଲାପାଳଙ୍କ ଅନୁମତି ପରେ ସଂଧ୍ୟାରେ ଶବ ପଞ୍ଚନାମା ଓ ବ୍ୟବଚ୍ଛେଦ କରାଯାଇଥିଲା ।

- Advertisement -

ମୃତ ଜମାଲଙ୍କ ନାକ ଓ ଶରୀରର କେତେକ ସ୍ଥାନରେ ଦାଗ ଥିବା ପଞ୍ଚନାମାବେଳେ ଲକ୍ଷ୍ୟ କରାଯାଇଥିଲା। ରିପୋର୍ଟ ଆସିବା ପରେ ତଦନ୍ତର ଦିଗ ନିର୍ଦ୍ଧାରଣ ହେବ ବୋଲି ପୁଲିସ ସୂଚନା ଦେଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories