www.samajalive.in
Sunday, December 14, 2025
26.1 C
Bhubaneswar

ଆସିଲା ପଲ୍ସର ଆରଏସ୍ ୨୦୦, ରହିଛି ନୂଆ ଫିଚର୍

ନୂଆଦିଲ୍ଲୀ : ବଜାଜ ଅଟୋ ନିଜ ପଲସର ଆରଏସ୍ ୨୦୦କୁ ଭାରତରେ  ଲଞ୍ଚ୍ କରିଦେଇଛି । ନୂଆ ପଲ୍ସର ଆରଏସ୍ ୨୦୦ରେ ନୂଆ ଡିଜାଇନ ବିଶିଷ୍ଟ ରିୟର ପ୍ରୋଫାଇଲ୍ ସହିତ ଗ୍ରାଫିକ୍ସ ଓ ଫିଚର୍ସ ଦିଆଯାଇଛି । ଭାରତୀୟ ବଜାରରେ ଏହାର ଦାମ୍ ୧.୮୪ ଲକ୍ଷ ଟଙ୍କା(ଏକ୍ସ ଶୋରୁମ୍) ରହିଛି । କହିରଖୁଛୁ କମ୍ପାନୀ ୨୦୧୫ରେ ପଲ୍ସର ଆରଏସ୍ ୨୦୦କୁ ଲଞ୍ଚ୍ କରିତିଲା ।

ନୂଆ ପଲ୍ସରରେ ଟ୍ବିନ୍ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ଦିଆଯାଇଛି । ରିୟରରେ ଏଲଇଡି ଟେଲ୍ ଲ୍ୟାମ୍ପ ଦିଆଯାଇଛି । ଏଥିରେ ୩ଟି ରଙ୍ଗର ବିକଳ୍ପ ମିଳିବ । ଏଥିରେ ଅଲ୍-ଡିଜିଟାଲ୍ ଏଲସିଡି ଇନଷ୍ଟ୍ରୁମେଣ୍ଟ କନସୋଲ୍ ଦିଆଯାଇଛି । ବ୍ଲୁଟୁଥ୍ ମାଧ୍ୟମରେ ସ୍ମାର୍ଟଫୋନକୁ ଏଥିରେ କନେକ୍ଟ କରିହେବ । ଏହା ବ୍ୟତୀତ ଏଥିରେ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନ, ଡିଷ୍ଟାନ୍ସ ଟୁ ଏମ୍ଟି, ଇଣ୍ଟିଗ୍ରେଟେଡ୍ ଆମ୍ବିଏଣ୍ଟ୍ ଲାଇଟ୍ ସେନ୍ସର ଓ ଗିୟର ଇଣ୍ଡିକେଶନ ଭଳି ଅନେକ ଅତ୍ୟୁଧୁନିକ ଫିଚର୍ସ ଦିଆଯାଇଛି ।

- Advertisement -

ବାଇକରେ ୧୯୯.୫ ସିସିର ଲିକ୍ବିଡ୍-କୁଲ୍ଡ ଇଞ୍ଜିନ୍ ଦିଆଯାଇଛି ଯାହା ୨୪.୩ବିଏଚପିର ସର୍ବାଧିକ ପାଓ୍ବର ଓ ୧୮.୭ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ବାଇକର ଇଞ୍ଜିନରେ ୬ ସ୍ପିଡ ଗିୟରବକ୍ସ ମିଳିବ । ଏହାର ମୁକାବିଲା କେଟିଏମ୍ ଆରସି ୨୦୦, ସୁଜୁକି ଜିକ୍ସର ଏସଏଫ୍ ୨୫୦ ଓ ଟିଭିଏସ୍ ଆପାଚେ ଆରଟିଆର୍ ୨୦୦ ଭଳି ବାଇକ୍ ସହ ହେବ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories