www.samajalive.in
Sunday, December 14, 2025
26.1 C
Bhubaneswar

କମିଶନରେଟ ପୁଲିସ ପାଳିଲା ୧୭ତମ ପ୍ରତିଷ୍ଠା ଦିବସ

କଟକ: କମିଶନରେଟ ପୁଲିସ ପକ୍ଷରୁ ୧୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଟକରେ ଅନୁଷ୍ଠିତ ହୋଇଛି ଏକ ରୋଡ୍‌ ରନ୍ କାର୍ଯ୍ୟକ୍ରମ। ବକ୍ସି ବଜାର ପୁଲିସ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ଇଣ୍ଡୋର ଷ୍ଟାଡିୟମରେ ଶେଷ ହୋଇଥିଲା ମିନି ମାରାଥାନ। କାର୍ଯ୍ୟକ୍ରମକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ କଟକ ମେୟର ସୁବାସ ସିଂ ଓ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ।। ଏହି ଗଣଦୌଡ଼ରେ ବିଭିନ୍ନ ବୟସ ବର୍ଗର ବ୍ୟକ୍ତି ବିଶେଷ ଓ କଟକର ବିଭିନ୍ନ ଥାନାରୁ ଆସିଥିବା କର୍ମଚାରୀ ସାମିଲ ହୋଇଥିଲେ। ସାମାଜିକ ଦାୟିତ୍ବ ସହ ଲୋକଙ୍କ ସେବା ଓ ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି ଏହି ଅବସରରେ କହିଛନ୍ତି ପୁଲିସ ଡିସିପି। ତେବେ ଆଗକୁ କମିଶନରେଟ ପୁଲିସ କଟକରେ କିପରି ଭଲ କାମ କରିବ ତାହା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଡିସିପି ଜଗମୋହନ ମୀନା। ଏହାବ୍ୟତୀତ ପୁଲିସ ହୁଅନ୍ତୁ କି ସାଧାରଣ ଜନତା ସମସ୍ତେ ଫିଟ୍ ରହିବା ପାଇଁ କମିଶନରେଟ ପୁଲିସ ସର୍ବଦା ଆହ୍ୱାନ ଦେଇ ଆସିଛି। ତେଣୁ ଏହି ପ୍ରତିଷ୍ଠା ଦିବସରେ ଦୈନନ୍ଦିନ ଜୀବନରେ ଫିଟ୍ ରହିବା ଯଥେଷ୍ଟ ଆବଶ୍ୟକ ବୋଲି ମତ ରଖିଥିଲେ ଅନ୍ୟାନ୍ୟ ଅତିଥିଗଣ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories