www.samajalive.in
Sunday, December 14, 2025
26.1 C
Bhubaneswar

କନିକା ଦ୍ୱୀପରେ ପତାକା ଉତ୍ତୋଳନ

ଧାମରା: ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡିଥିବା କନିକାଦ୍ୱୀପରେ ଆଜି ଜାତୀୟ ପତାକା ଉତୋଳନ ହୋଇ ଯାଇଛି । ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପବିତ୍ର ୭୬ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ଏହି ପତାକା ଉତ୍ତୋଳନ ହୋଇଛି । କେନ୍ଦ୍ର ସରକାରଙ୍କ  ଭାରତୀୟ ନେଭି ଏବଂ ରାଜ୍ୟ ସରକାରଙ୍କ ମେରାଇନ ପୁଲିସ ଏବଂ ମତ୍ସ୍ୟ ବିଭାଗର ସାଗରମିତ୍ରଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଯାଇଛି । ଧାମରା ଅଂଚଳରେ ୮ରୁ ଅଧିକ ଦ୍ୱୀପ ଆଜି ଭଳି  ଦିନରେ ଅବହେଳିତର ଶିକାର ହେଉଥିବା ଖବର କେନ୍ଦ୍ର କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପାଖରେ ପହଂଚିବା ପରେ ଗୃହ ବିଭାଗର ନିର୍ଦେଶ କ୍ରମେ ଉପକୂଳ ଅଂଚଳର ତଥା ରାଜ୍ୟ ସରକାରଙ୍କ ଅବହେଳାର ଶିକାର ହେଉଥିବା ସମସ୍ତ ଦ୍ୱୀପକୁ ଏହି ଅଧିକାରୀ ମାନେ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ସରକାରଙ୍କୁ ଅବଗତ କରାଇବା ହେବେ ଏଥିସହ ଏହି ସମସ୍ତ ଦ୍ୱୀପକୁ ସରକାର ନିଜ ହେପାଜତକୁ ଆଣିବା ସହ ଆଗାମୀ ଦିନରେ କିପରି ଏହି ଦ୍ୱୀପ ପୁଞ୍ଜ ଲୋକାଭିମୁଖୀ ହୋଇ ପାରିବ ସେ ନେଇ କେନ୍ଦ୍ର ସରକାର ବହୁ ଯୋଜନା ହାତକୁ ନେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନେଭିର କିଛି ଅଫିସର ଆସି ଧାମରା ମେରାଇନ ଥାନାଧିକାରୀଙ୍କ ସହ  ଯୋଗାଯୋଗ କରି  ଏକ ସ୍ପିଡ ବୋଟରେ ଯାଇ କନିକା ଦ୍ୱୀପରେ ପହଂଚିଥିଲେ । ପରେ  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀଙ୍କ ଫଟୋ ଚିତ୍ର ଥାଇ ଏକ ବୋର୍ଡ ଲଗାଇବା ସହ  ଧାମରା ମେରାଇନ ଥାନାଧିକାରୀ ତୁସୀଲ ମାଝୀ ଭାରତୀୟ ପତାକା ଉତୋଳନ କରିଥିଲେ । ଆଜିର ଏହି ପତାକା ଉତୋଳନ ସମୟରେ ସାଗରମିତ୍ର ଶ୍ରୀକୃଷ୍ନ ବେହେରା, ବିଜୟ ମାଝୀ, ଅଜୟ ବେହେରା ଙ୍କ ସମେତ ଭାରତୀୟ ନେଭିର ଅଫିସର ଏବଂ ସାମୁଦ୍ରିକ ଥାନାର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Hot this week

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

Related Articles

Popular Categories