ଅଟଳବିହାରୀ ବାଜପେୟୀ ସ୍ମୃତି ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମୃତି ସ୍ମାରକ ପ୍ରଦାନ
ବୁର୍ଲା : ସମ୍ବଲପୁରର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କୁ ତାଙ୍କର କାର୍ଯ୍ୟାଳୟରେ ସାକ୍ଷାତ କରି ଅଟଳବିହାରୀ ବାଜପେୟୀ ସ୍ମୃତି ସମିତିର ଅଧ୍ୟକ୍ଷ ପ୍ୟାରୀମୋହନ ପୁଜାହାରୀ, ସଂଗଠନ ସମ୍ପାଦକ ତରଣୀସେନ ଚାନ୍ଦ ଓ ଆଇନଜୀବୀ ପ୍ରସନ୍ନ କୁମାର ସାହୁ ଅଟଳବିହାରୀ ସ୍ମୃତି ସ୍ମାରକ ପ୍ରଦାନ କରିବା ସହ ଉତ୍ତରୀୟ ପ୍ରଦାନ କରିଥିଲେ। ଏହି ସାକ୍ଷାତକାର ସମୟରେ ବୁର୍ଲା ସହରରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ସମେତ ଏକ ଅତ୍ୟାଧୁନିକ ଟାଉନ ହଲ ନିର୍ମାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟ ସମ୍ବନ୍ଧରେ ଜିଲ୍ଲାପାଳ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
Comments are closed.