www.samajalive.in
Sunday, December 14, 2025
26.1 C
Bhubaneswar

ଲସ ଏଞ୍ଜେଲ୍‌ସ ନିଆଁ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ବିକ୍ରି ପୂର୍ବରୁ ଜଳିଗଲା ୩୦୦ କୋଟିର ବିଳାସପୂର୍ଣ୍ଣ ବଙ୍ଗଳା

ସମାଜ ଡିଜିଟାଲ ଡେସ୍କ: ଲସ୍‌ ଏଞ୍ଜେଲ୍‌ସର ବନାଗ୍ନି କେବଳ ଜଙ୍ଗଲକୁ ପୋଡ଼ି ଛାରଖାର କରିଦେଇନାହିଁ, ବରଂ ହଜାର ହଜାର ଲୋକଙ୍କ ଘର ଉଜାଡ଼ି ଦେଇଛି। ପ୍ରାୟ ୧୫୦୦ ପରିବାରର ଘର ଜଙ୍ଗଲ ନିଆଁ​‌ରେ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ବାସସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ପଡ଼ିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ଜଙ୍ଗଲରେ ଲାଗିଥିବା ନିଆଁ ପବନ ଯୋଗୁ ଜନବସତିକୁ ବ୍ୟାପିଯାଇଥିଲା। ୧୪୨ ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଅଞ୍ଚଳ ଏହି ନିଆଁ କବଳରେ ଆସିଯାଇଥିଲା। ଜଙ୍ଗଲ ପାଖରେ ଥିବା ହଲିଉଡ୍‌ ହିଲ୍ସ ବି ନିଆଁରେ କ୍ଷତିଗ୍ରସ୍ତ ହୋଇଛି। ହଲିଉଡ୍‌ ହିଲ୍ସରେ ଥିବା ବିଶିଷ୍ଟ ଅଭିନେତ୍ରୀ ପ୍ୟାରିସ ହିଲଟନଙ୍କ ସମେତ ବହୁ ବଡ଼ ବଡ଼ ତାରକାଙ୍କ ଘର ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ଶୁକ୍ରବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ବିରାଟ ବିଳାସପୂର୍ଣ୍ଣ ବଙ୍ଗଳା ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଉଛି। ଏହି ବଙ୍ଗଳାଟିର ମୂଲ୍ୟ ୩୫ ନିୟୁତ ଡଲାର ବା ପ୍ରାୟ ୩୦୦ କୋଟି ଟଙ୍କା। ସେଠାକାର ରିୟଲ ଇଷ୍ଟେଟ ଓ୍ବେବସାଇଟରେ ଏହି ଘର ବିକ୍ରି ପାଇଁ ତାଲିକାଭୁକ୍ତ ହୋଇଥିଲା। ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories