www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରବାସୀ ଭାରତୀୟଙ୍କ ପାଇଁ ଆମେ ଗର୍ବିତ: ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପ୍ରବାସୀ ଭାରତୀୟମାନଙ୍କ ପାଇଁ ଆମେ ଗର୍ବିତ। କେବଳ ଆମେ ନୁହେଁ, ସାରା ଦେଶ ଗର୍ବିତ। ବିଦେଶରେ ପ୍ରବାସୀମାନଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ଵର ଜନତା ମଇଦାନଠାରେ ଚାଲିଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ମୋଦୀ ଉପସ୍ଥିତ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି କହିଥିଲେ, ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ। ଭାରତୀୟମାନେ ଯେଉଁଠିକୁ ଯାଆନ୍ତି ସେଠାକାର ନିୟମ ସହିତ ଯୋଡ଼ିହୋଇ ଯାଆନ୍ତି। ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମମାନଙ୍କ ଦାୟିତ୍ଵ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲେ। ଏବେ କିନ୍ତୁ ସମୟରେ ପରିବର୍ତ୍ତନ ଆସିଛି। ଆମେ ପ୍ରବାସୀମାନଙ୍କୁ ଗୁରୁତ୍ଵ ଦେଉଛୁ। ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ଵ ଦେଉଛୁ ବୋଲି ମୋଦୀ କହିଥିଲେ।

- Advertisement -

ପ୍ରଥମେ ପ୍ରଧାନମନ୍ତ୍ରୀ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣମାନଙ୍କୁ ସ୍ବାଗତ ବୋଲି କହି ନିଜର ଉଦବୋଧନ ଆରମ୍ଭ କରିଥିଲେ। ସେ କହିଥିଲେ, ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ ହେଉଛି ଓଡ଼ିଶା। ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ କରିବା ପାଇଁ ବାଲିଯାତ୍ରା ଆୟୋଜନ କରାଯାଏ। ଧଉଳି ସ୍ତୁପ ଶାନ୍ତିର ପ୍ରତୀକ। ସମ୍ରାଟ ଅଶୋକ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। କିଛିଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ। ସବୁଠୁ ଉତ୍ସବର ବାତାବରଣ ବୋଲି ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୁତପୂର୍ବ। ଅର୍ଥନୀତିରେ ଆମ ଦେଶ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛି। ଖୁବଶୀଘ୍ର ୩ୟ ସ୍ଥାନକୁ ଉନ୍ନୀତ ହେବୁ। ଆଜି ଭାରତ ଯୁଦ୍ଧ ବିମାନ ନିର୍ମାଣ କରୁଛି। ଭାରତର କଥାକୁ ଆଜି ସାରା ବିଶ୍ଵ ଶୁଣୁଛି ବୋଲି ସେ କହିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories