www.samajalive.in
Sunday, December 14, 2025
26.1 C
Bhubaneswar

ତାଲିବାନ ସହ ଭାରତୀୟ ବୈଦେଶିକ ସଚିବଙ୍କ ଆଲୋଚନା

ସମାଜ ଡିଜିଟାଲ ଡେସ୍କ: ଆଫଗାନିସ୍ତାନର ତାଲିବାନ ସରକାର ସହିତ ଭାରତର ସମ୍ପର୍କ ଧୀରେ ଧୀରେ ଦୃଢ଼ ହେବାରେ ଲାଗିଛି। ଏହି କ୍ରମରେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିସ୍ରି ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଆମିର ଖାନ ମୁତ୍ତାକିଙ୍କ ସହିତ ଦୁବାଇରେ ଆଲୋଚନା କରିଛନ୍ତି। ଆଫଗାନ ଲୋକଙ୍କ ବିକାଶ ପାଇଁ ଭାରତ ପ୍ରସ୍ତୁତ ଥିବା ମିସ୍ରି କହିଛନ୍ତି। ସେହିପରି ଆଫଗାନିସ୍ତାନ ଅଞ୍ଚଳକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ତାଲିବାନ ଅନୁମତି ଦେବ ନାହିଁ ବୋଲି ମୁତ୍ତାକି ପ୍ରତିଶ୍ରୁତି ଦେଇଛନ୍ତି।

୨୦୨୧ରେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ଦୁଇ ଦେଶ ମଧ୍ୟରେ ଏହା ସବୁଠାରୁ ଉଚ୍ଚସ୍ତରୀୟ ଆଲୋଚନା। ଏହା ପୂର୍ବରୁ କେବଳ ଦୁଇ ଦେଶ ମଧ୍ୟରେ ଯୁଗ୍ମ ସଚିବସ୍ତରୀୟ ଆଲୋଚନା ଜାରି ରହିଥିଲା। ବର୍ତ୍ତମାନ ପାକିସ୍ତାନ ସହିତ ଆଫଗାନିସ୍ତାର ସମ୍ପର୍କ ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନ ମାଟିରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ପାକିସ୍ତାନ ସବୁବେଳେ ନିଜର ଆଭ୍ୟନ୍ତରୀଣ ସମସ୍ୟା ଲୁଚାଇବା ସକାଶେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ଦୋଷ ଦେଇଆସୁଛି ବୋଲି ଭାରତ କହିଛି। ଦୁଇ ଦେଶ ସର୍ବଦା ପରସ୍ପର ମଧ୍ୟରେ ସମ୍ପର୍କ ଜାରି ରଖିବା ଏବଂ ଯୋଗସୂତ୍ର ରକ୍ଷା କରିବା ଲାଗି ସହମତି ପ୍ରକାଶ କରିଥିବା ନେଇ ମିସ୍ରି-ମୁତ୍ତାକିଙ୍କ ଆଲୋଚନା ପରେ ଉଭୟ ଦେଶ ପକ୍ଷରୁ ବିବୃତି ଜାରି କରାଯାଇ କୁହାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories