ମେଡ଼ିକାଲରେ ମୃତଦେହ ଛାଡ଼ି ପଳାଇଲେ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଢେଙ୍କାନାଳ: ଅବକାରୀ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅଭିଯୁକ୍ତଙ୍କ ମୃତଦେହ ଛାଡ଼ି ପଳାଇଥିବା ସୂଚନା ମିଳିଛି। ମୃତକ ସଦରପୁର ଗାଁର ସୂର୍ଯ୍ୟମଣି ସେନାପତି ବୋଲି ଜଣାପଡ଼ିଛି। ସୂର୍ଯ୍ୟମଣିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଅବକାରୀ ବିଭାଗ ଅଧିକାରୀମାନେ ଛାଡ଼ି ପଳାଇଥିବା ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପ୍ରକାଶ କରିଛନ୍ତି।

prayash

କେଉଁ କାରଣରୁ ସୂର୍ଯ୍ୟମଣିଙ୍କୁ ଗିରଫ କରାଯାଇଥିଲା ତାହା ଜଣାପଡ଼ିନାହିଁ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷରେ ସୂର୍ଯ୍ୟମଣି ସେନାପତିଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୂର୍ଯମଣିଙ୍କ କିଭଳି ମୃତ୍ୟୁ ହେଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ସହ କ୍ଷତିପୂରଣ ପ୍ରଦାନ କରିବାକୁ ପରିବାର ସଦସ୍ୟ ନିବେଦନ କରିଛନ୍ତି।

Comments are closed.