ସମାଜ ଡିଜିଟାଲ ଡେସ୍କ: ଅଦିନିଆ ବର୍ଷାରେ ଫସଲହାନି ଯୋଗୁ ଜଣକ ପରେ ଜଣେ ଚାଷୀ ଜୀବନ ହାରିବାରେ ଲାଗିଛନ୍ତି। ବୁଧବାର ଆଉ ଜଣେ ଯୁବଚାଷୀ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ଅଶୋକ ପରିଡ଼ା ଏବଂ ତାଙ୍କ ଘର ଜଗତସିଂହପୁର ଜିଲା ତଅଂରା ପଞ୍ଚାୟତ ଅନ୍ତର୍ଗତ ବିଲସାହି ଗ୍ରାମରେ। ଅଶୋକ ଚଳିତ ଥର ୭ ଏକର ଜମିରେ ଚାଷ କରିଥିଲେ। ଚାଷ ପାଇଁ ସେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ହେଳେ ଦୁଇ ଦୁଇ ଥର ଅଦିନିଆ ବର୍ଷାରେ ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା। ଯାହାଫଳରେ ସେ ଚିନ୍ତାଗ୍ରସ୍ତ ଅବସ୍ଥାରେ ରହୁଥିଲେ। ଶେଷରେ ଚାପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।
Popular Categories



