www.samajalive.in
Monday, December 8, 2025
14.1 C
Bhubaneswar

ରାହୁଲଙ୍କ ଗରିବ ହଟାଓ ଯୋଜନାକୁ ମାୟାବତୀଙ୍କ ସମାଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗରିବଙ୍କୁ ନ୍ୟୁନତମ ଆୟ ପ୍ରଦାନର ଗ୍ୟାରେଣ୍ଟି ଦେବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ମାୟାବତୀ। ପୂର୍ବରୁ କଂଗ୍ରେସ ସରକାର “ଗରିବ ହଟାଓ’ ନାରା ଦେଇ ଦୀର୍ଘ ବର୍ଷ ଦେଶରେ ସରକାର କରିଥିଲେ। ବର୍ତ୍ତମାନ ସରକାର ମଧ୍ୟ “କଳା ଧନ’ ନାରା ରାଜନୈତିକ ଜୁମଲାରେ ପରିଣତ ହେବାରେ ଲାଗିଛି। ସେପରି ରାହୁଲଙ୍କ ଗରିବଙ୍କ ନ୍ୟୁନତମ ଆୟ ଯୋଜନା ଏକ ଜୁମଲା ନୁହେଁ ତ! ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ। ମାୟାବତୀ ତାଙ୍କ ଭାଷଣରେ କଂଗ୍ରେସ ଓ ବିଜେପିକୁ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ବୋଲି କହିବା ସହ ସେମାନଙ୍କ ଘୋଷଣା ରାଜନୈତିକ ଜୁମଲା ବୋଲି ମନ୍ତବ୍ୟ ଦେଇଥିଲେ।
ସୋମବାର ଛତିଶଗଡ଼ରେ ଏକ କୃଷକ ଶୋଭାଯାତ୍ରାରେ ଯୋଗ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳ ଏକ ଐତିହାସିକ ନିଷ୍ପତ୍ତି ନେଇଛି ବୋଲି ସୂଚନା ଦେଇଥିଲେ। ୨୦୧୯ରେ କଂଗ୍ରେସ ଦେଶର ସରକାର କରିଲେ ଦେଶର ସମସ୍ତ ଗରିବଙ୍କୁ ନ୍ୟୁନତମ ଆମଦାନୀ ଗ୍ୟାରେଣ୍ଟି ପ୍ରଦାନ କରିବ ବୋଲି ରାହୁଲ ସେଠାରେ ଘୋଷଣା କରିଥିଲେ।
ରାହୁଲଙ୍କ ଏଭଳି ଘୋଷଣା ପରେ ବିଜେପି ମଧ୍ୟ ପ୍ରତିକ୍ରିୟା ରଖିଛି। କଂଗ୍ରେସ ପକ୍ଷରୁ ନିଆଯାଇ ଥିବା ନିଷ୍ପତ୍ତି ପ୍ରଥମେ କଂଗ୍ରେସ ଶାସିତ ରାଜ୍ୟ ତଥା ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ଏହି ଯୋଜନାକୁ ଲାଗୁ କରିବା ଉଚିତ ବୋଲି ବିଜେପି ପକ୍ଷରୁ ଆହ୍ୱାନ କରାଯାଇଛି।
ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଯେଉଁ ପ୍ରସଙ୍ଗରେ କାର୍ଯ୍ୟ କରୁଛି ସେଗୁଡ଼ିକ ମଧ୍ୟରେ ନ୍ୟୁନତମ ଗ୍ୟାରେଣ୍ଟି ଉପରେ ମଧ୍ୟ କାର୍ଯ୍ୟ ଜାରି ରହିଛି। କଂଗ୍ରେସ ବରିଷ୍ଠ ନେତା ଚିଦାମ୍ବରମ ରାହୁଲଙ୍କ ଘୋଷଣା ପରେ ଟ୍ୱିଟ୍‍ କରି ଏହାକୁ ଗରିବଙ୍କ ପାଇଁ ମହତ୍ୱପୂର୍ଣ୍ଣ ମୋଡ଼ ବୋଲି ପ୍ରକାଶ କରିଛନ୍ତି। ବିଗତ ୨ବର୍ଷ ମଧ୍ୟରେ ୟୁନିଭର୍ସଲ ବେସିକ ଇନକମ୍‍ ଉପରେ ବ୍ୟାପକ ଆଲୋଚନା ହୋଇଛି। ତେଣୁ ସମୟ ଆସି ଯାଇଛି ଏହି ବ୍ୟବସ୍ଥାକୁ କାର୍ଯ୍ୟକାରି କରାଯିବାର। ଏହା ସହ ଚିଦାମ୍ବରମ ୨୦୦୪ରୁ ୨୦୧୪ ମଧ୍ୟରେ ୧୪କୋଟି ଲୋକଙ୍କୁ ଗରିବ ସୀମାରୁ ଉପରକୁ ଉଠାଇବାରେ କଂଗ୍ରେସ ସଫଳ ହୋଇଛି। ଭାରତରୁ ଗରିବ ମୁକ୍ତ କରିବା ପାଇଁ କଂଗ୍ରେସକୁ ଦୃଢତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ଦେଶର ସାଧନ ଓ ସମ୍ପଦ ଉପରେ ଗରିବଙ୍କ ସର୍ବପ୍ରଥମ ଅଧିକାର ରହିଛି। ତେଣୁ ରାହୁଲଙ୍କ ପ୍ରତିଶ୍ରୁତିକୁ ବାସ୍ତବ ରୂପରେଖ ଦେବାକୁ କଂଗ୍ରେସ ଯଥାସମ୍ଭବ ପ୍ରୟାସ କରିବ ବୋଲି ଚିଦାମ୍ବରମ ଟ୍ୱିଟ୍‍ରେ ଉଲ୍ଲେଖ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories