www.samajalive.in
Monday, December 8, 2025
27.1 C
Bhubaneswar

ପୋଷା କୁକୁର ବଞ୍ଚାଇଲା ଡାକ୍ତରଙ୍କ ଜୀବନ

ପୁଣେ: କୁହାଯାଏ କୁକୁର କେବେ ନମକ ହାରମ କରେ ନାହିଁ । ଆବଶ୍ୟକ ପଡିଲେ ପ୍ରତିଟି ଦାନାର ଋଣ ସୁଝେ କୁକୁର । ଏହି ଉକ୍ତିଟିକୁ ସତ ବୋଲି ପ୍ରମାଣ କରିଛି ପୁଣେର ଏକ ପୋଷା କୁକୁର । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଜାନୁଆରୀ ୨୩ରେ ଘଟିଛି । ଜଣେ ୬୫ ବର୍ଷୀୟ ଡାକ୍ତରଙ୍କ ଜୀବନ ତାଙ୍କ ପୋଷା କୁକୁର ବଞ୍ଚାଇଛି । ପାରାଲିସିସ୍ କାରଣରୁ ଡାକ୍ତର ଜଣଙ୍କ ଚଟାଣରେ ପଡିଥିବା ବେଳେ ଠିକ୍ ସମୟରେ ପଡୋଶୀଙ୍କୁ ଖବର ଦେଇ କୁକୁରଟି ତା ମାଲିକଙ୍କ ଜୀବନ ବଞ୍ଚାଇଛି ।

ଘଟଣାଟି ଏହିପରି, ଜାନୁଆରୀ ୨୩ ତାରିଖ ଦିନ ପ୍ରାୟ ସାଢେ ୧୨ଟା ବେଳେ ଡାକ୍ତରଙ୍କ କୁକୁର ତାଙ୍କ ପାଖ ପଡୋଶୀ ଘରକୁ ଯାଇଥିଲା। ପଡୋଶୀ ଅମିତ ଶାହ କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦେଇଥିଲା। ହେଲେ କୁକୁରଟି ନଖାଇ ଡାକ୍ତରଙ୍କ ବେଡ ରୁମର ଝରକା ଆଡକୁ ଚାଲିଚାଲି ଯାଇଥିଲା । ପ୍ରଥମେ ପଡୋଶୀ ଜଣଙ୍କ ବୁଝି ପାରିନଥିଲେ। କିନ୍ତୁ ପରେ କୁକୁର ବାରମ୍ବାର ଏଭଳି କାର୍ଯ୍ୟକଳାପ ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା । ସେ କୁକୁର ପଛରେ ଯାଇ ଝରକାରେ ଦେଖିଲା ବେଳକୁ ଡାକ୍ତର ସାହେବ ଚଟାଣରେ ପଡିଥିଲେ । ଏହା ପରେ ଅମିତ ଶାହ ଡାକ୍ତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଘଟଣା ସମୟରେ ଡାକ୍ତରଙ୍କ ପରିବାରଲୋକ କେହି ଘରେ ନଥିଲା । ତାଙ୍କ ପତ୍ନୀ ମୁମ୍ବାଇରେ ଏବଂ ତାଙ୍କ ଝିଅ ଆମେରିକାରେ ଥିବା ବେଳେ ତାଙ୍କ ପୁଅ ପୁଣେର ଅଳ୍ପ ବ୍ୟବଧାନରେ ଥିଲେ ।

- Advertisement -

ପଡୋଶୀ ଅମିତ ଶାହଙ୍କ କହିବା ଅନୁଯାୟୀ, ଡାକ୍ତର ସାହେବ ୧୬ ବର୍ଷ ପୂର୍ବରୁ ସେହି କୁକୁରଟିକୁ ଘରେ ଆଣି ରଖିଥିଲେ । ୨ ବର୍ଷ ପୂର୍ବରୁ କୁକୁର ବ୍ରାଉନି କିଡନୀର ୫୦ ପ୍ରତିଶତ ଖରାପ ହୋଇଯାଇଥିଲା । ଡାକ୍ତର ତାର ଚିକିତ୍ସା କରାଇ ତାଙ୍କୁ ବଞ୍ଚାଇ ଥିଲେ ଏବଂ ତାର ପୁରା ଯତ୍ନ ମଧ୍ୟ ନେଉଥିଲେ । ସମ୍ଭବତଃ କୁକୁର ଆଜି ଋଣ ସୁଝିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories