www.samajalive.in
Thursday, December 11, 2025
15.1 C
Bhubaneswar

ଇସ୍ତଫା ଘୋଷଣା କଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

କାନାଡା: ସୋମବାର ଜଷ୍ଟିନ ଟ୍ରୁଡୋ କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ତାଙ୍କ ଉତ୍ତରାଧିକାରୀ ମନୋନୀତ ହେବା ପରେ ସେ ଶାସକ ଦଳ ଲିବେରାଲ ପାର୍ଟି ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡିଛି।

ଦୀର୍ଘ ୯ ବର୍ଷ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିବା ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ବିରୋଧର କରିବା ଏବଂ ଖଲିସ୍ତାନ ନେତାଙ୍କ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତାଙ୍କୁ ବିବାଦୀୟ କରିଥିଲା । ଖଲିସ୍ତାନ ନେତାଙ୍କ ସହ ତାଙ୍କ ସମ୍ପର୍କକୁ ଭାରତ ପକ୍ଷରୁ ଏହାକୁ ବିରୋଧ କରାଯିବା ପରେ ଉଭୟ ଦେଶ ମଧ୍ୟରେ କୂଟନୀତିକ ବିବାଦ ଆରମ୍ଭ ହୋଇଥିଲା। ସେହିପରି ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ଦେଶରେ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନେତୃତ୍ୱ ପରିବର୍ତ୍ତନ ପାଇଁ ତାଙ୍କ ବିରୋଧରେ ବିଦ୍ରୋହ ବଢ଼ୁଥିବାରୁ ଆଜି ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିବା ସୂଚନା ମିଳିଛି।

- Advertisement -

ଏହି ଅବସରରେ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ “ମୁଁ ଦଳର ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଦଳ ନୂଆ ନେତାଙ୍କୁ ବାଛିବା ପରେ ମୁଁ ଇସ୍ତଫା ଦେବି। ଆସନ୍ତା ନିର୍ବାଚନରେ ଦେଶ ନିଜ ପସନ୍ଦର ନେତାଙ୍କୁ ବାଛିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories