www.samajalive.in
Thursday, December 11, 2025
18.1 C
Bhubaneswar

ଜାଣିଶୁଣି କାର୍‌କୁ ଧକ୍କା ଦେଇଛି ଡ୍ରାଇଭର, ସନ୍ଧ୍ୟା ସୁଦ୍ଧା ଖୁଲାସା : ଏସ୍‌ପି

ବୁର୍ଲା : ବିଜେପି ନେତାଙ୍କୁ ହାଇଓ୍ବା ଚଢାଇ ନିର୍ମମ ହତ୍ୟା ଘଟଣାରେ ପୁଲିସ୍ ଡ୍ରାଇଭରକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ଏହାରି ଭିତରେ ସମ୍ବଲପୁର ଏସପି ଘଟଣାରେ ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ତଦନ୍ତ ସମୟରେ ଭିନ୍ନ ଭିନ୍ନ ଉତ୍ତର ରଖୁଛି ଡ୍ରାଇଭର। ହାଇଓ୍ବା ଡ୍ରାଇଭର ଜାଣିଶୁଣି କାର୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଲାଗିଥିବା ସିସି ଟିଭିରୁ ଏହା ପୁରା ସ୍ପଷ୍ଟ ହୋଇଛି। ଡ୍ରାଇଭରର କେହି ସହଯୋଗୀ ଥିଲେ କି ନାହିଁ ତଦନ୍ତ ଚାଲିଛି। ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ଚାଲିଛି, ସନ୍ଧ୍ୟା ସୁଦ୍ଧା ରହସ୍ୟ ଖୋଲିବ । ଗାଡି ମାଲିକଙ୍କୁ ବି ପଚରାଉଚରା କରାଯିବ ବୋଲି ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନା ମୂତାବକ ଗତ ୩ ତାରିଖରେ ରେଙ୍ଗାଲିର ପୂର୍ବତନ ବିଧାୟକଙ୍କ ସହ ବିଜେପି ନେତା ମାନେ ଭୁବନେଶ୍ଵର ଆସିଥିଲେ। ଚାଷୀ ସମସ୍ୟା ନେଇ ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଥିଲେ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଅନୁମତି ମିଳିବା ପରେ ସମ୍ବଲପୁର ଫେରିଯାଇଥିଲେ। ଏତିକିବେଳେ  ଏକ ହାଇଓ୍ବା ତାଙ୍କୁ ତିନି ତିନି ଥର ଧକ୍କା ଦେଇଥିଲା। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଛି।  ଦୁର୍ଘଟଣାରେ କାରରେ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ।  ସେମାନଙ୍କୁ ତୁରନ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories