www.samajalive.in
Thursday, December 11, 2025
27.1 C
Bhubaneswar

ଦର ବୃଦ୍ଧିରେ ଲାଗୁନି ବ୍ରେକ୍: ପୁଣି ଆଳୁ କିଲୋ ବଢିଲା ୧୦ ଟଙ୍କା

ଭୁବନେଶ୍ବର : ଆଳୁ ଦର ପୁଣି ବୃଦ୍ଧି ପାଇଛି। ଗୋଟିଏ ପ୍ୟାକେଟ ପିଛା ୪ଶହ ଟଙ୍କା ଦର ବଢ଼ିଛି। ୪ଦିନ ପୂର୍ବରୁ ଯେଉଁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିଲା ବର୍ତ୍ତମାନ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ପରିବା ଏବଂ ଖୁଚୁରା ବେପାରୀ ଆଳୁ କେଜି ୩୦ଟଙ୍କାରେ ବିକ୍ରି କରୁଥିଲେ; କିନ୍ତୁ ପ୍ୟାକେଟ ପିଛା ୪ଶହ ଟଙ୍କା ବଢ଼ିବା ଦ୍ବାରା ବର୍ତ୍ତମାନ ପରିବା ବ୍ୟବସାୟୀ ଏବଂ ଖୁଚୁରା ବେପାରୀ ଆଳୁ କେଜି ୪୦ ଟଙ୍କା ଏବଂ ଗଳିକନ୍ଦିରେ କେହି କେହି ୪୫ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି। ଆଳୁ ଦର ବୃଦ୍ଧିକୁ ନେଇ ଗତ ୬ମାସ ହେଲା ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ଶାସକ ଦଳ ଏବଂ ବିରୋଧୀ ପରସ୍ପରକୁ ସମାଲୋଚନା କରୁଛନ୍ତି। ହେଲେ ଏହାର ଉପକାର ସାଧାରଣ ଲୋକଙ୍କୁ ମିଳୁନାହିଁ। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଳୁ କିଲୋ ୨୦ଟଙ୍କାରେ ବିକ୍ରି କରାଯାଉଥିଲା। ହଠାତ ବଜାରରେ ଆଳୁ ସଙ୍କଟ ଦେଖାଦେବାରୁ ଆଳୁ କେଜି ୫୦ରୁ ୬୦ଟଙ୍କା ଛୁଇଁଥିଲା। ଏଭଳି ପରିସ୍ଥିତି କିଛି ଦିନ ଲାଗି ରହିବା ପରେ ସରକାର ପରିସ୍ଥିତି ସ୍ବାଭାବିକ କରିବାକୁ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିଥିଲେ। ତଥାପି ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣକୁ ଆସିପାରିଲା ନାହିଁ କି ପୂର୍ବ ଦର ୨୦ଟଙ୍କାକୁ ଫେରିପାରିଲା ନାହିଁ। ବର୍ତ୍ତମାନ ସ୍ଥିତି ହେଉଛି ଓଡ଼ିଶାକୁ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ଆସୁଛି। ରବିବାର ଭୁବନେଶ୍ବରକୁ ଉତ୍ତର ପ୍ରଦେଶରୁ ୭ଟି ଟ୍ରକ ଆଳୁ ଆସିଥିବା ବେଳେ ପଶ୍ଚିମବଙ୍ଗରୁ ୧୮ଟ୍ରକ ଆଳୁ ଆସିଛି। ଆଇଗିଣିଆ ଆଳୁଗଦିରେ ଉତ୍ତର ପ୍ରଦେଶ ଆଳୁ କେଜି ପରିବହନ ଖର୍ଚ୍ଚ ମିଶାଇ କିଲୋଗ୍ରାମ ପିଛା ୨୫ରୁ ୨୬ ଟଙ୍କା ରହୁଛି। ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୪ଟଙ୍କା ପଡୁଛି; କିନ୍ତୁ ଉତ୍ତର ପ୍ରଦେଶରୁ ଆଳୁ ପର୍ଯ୍ୟାପ୍ତ ମାତ୍ରାରେ ନ ଆସିବା ଏବଂ ଲୋକ ଉତ୍ତର ପ୍ରଦେଶ ଆଳୁ ଖାଇବାକୁ ପସନ୍ଦ କରୁ ନଥିବାରୁ ବିକ୍ରି କମ୍‌ ରହୁଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ଆଳୁ କେଜି ୧୮ରୁ ୧୯ ଟଙ୍କା ରହିଛି। ଓଡ଼ିଆ ବ୍ୟବସାୟୀ ଅଧିକ ଆଳୁ ଆଣୁଥିବାରୁ ସେମାନଙ୍କୁ ଆହୁରି କମ ଦାମ ପଡୁଛି। ପୂର୍ବରୁ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ୧ଟଙ୍କା ୫୦ପଇସା ପରିବହନ ଖର୍ଚ୍ଚ ପଡୁଥିଲା। ହେଲେ ବର୍ତ୍ତମାନ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୫ଟଙ୍କା ଖର୍ଚ୍ଚ ପଡୁଛି। ପଶ୍ଚିମବଙ୍ଗ ଆଳୁ ଉପରେ ପରିବହନ ଖର୍ଚ୍ଚକୁ ମିଶାଇଲେ ଆଇଗିଣିଆରେ କେଜି ପ୍ରତି ୨୫ଟଙ୍କା ଭିତରେ ରହିଛି। ଆଳୁ କେଜି ପ୍ରତି ଦେଢ଼ ଟଙ୍କା ପରିବହନ ଖର୍ଚ୍ଚ ହେଉଥିବାବେଳେ କାହିଁକି ୫ଟଙ୍କା ଖର୍ଚ୍ଚ ଲାଗୁ ହେଉଛି ବୋଲି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଇଗିଣିଆ କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତିକାନ୍ତ ମିଶ୍ର କହିଛନ୍ତି, ପରିବହନ ଖର୍ଚ୍ଚ ବଢ଼ିବାର କାରଣ ହେଉଛି, ଆଳୁ ଗାଡ଼ି ବୁଲି ବୁଲି ଓଡ଼ିଶା ଆସୁଛି। ସେଥିପାଇଁ ଟ୍ରକ ଭଡ଼ା ଅଧିକ ରହୁଥିବାରୁ କେଜି ପ୍ରତି ପରିବହନ ଖର୍ଚ୍ଚ ୫ଟଙ୍କା ରହିଛି। କାହିଁକି ଗାଡ଼ି ବୁଲିବୁଲି ଆସୁଛି ଏଥିପାଇଁ ସରକାର ଚିନ୍ତା କରିବାର ସମୟ ଆସିଛି। ଆଉ କିଛିିଦିନ ପରେ ନୂଆ ଆଳୁ ବାହାରିବ; କିନ୍ତୁ ତା’ପୂର୍ବରୁ ଦର ବଢ଼ିବା ନିଶ୍ଚିତ ଭାବେ ଅସ୍ବାଭାବିକ। ଆଇଗିଣିଆ ଗୋଦାମରେ ଉତ୍ତରପ୍ରଦେଶ ଆଳୁ କେଜି ୨୬ ଟଙ୍କା ଏବଂ ପଶ୍ଚିମଙ୍ଗ ଆଳୁ କେଜି ୨୪ ଟଙ୍କା ରହୁଛି ସତ ହେଲେ ଖୁଚୁରା ବେପାରୀ ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ସରକାର ଦର ନିୟନ୍ତ୍ରଣ କରିବାରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ହେତୁ ଖୁଚୁରା ବେପାରୀ ମନଇଚ୍ଛା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories