www.samajalive.in
Thursday, December 11, 2025
16.1 C
Bhubaneswar

୭୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା – ଟ୍ରାଫିକ ନିୟମାବଳୀ ଜାରି

ଡେସ୍କ: ୭୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଜାନୁଆରୀ ୩ରୁ ଆରମ୍ଭ ହୋଇଛି। ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ରାଜ୍ୟ ଓ ବାହାରୁ ପର୍ଯ୍ୟଟକମାନେ ବରଗଡ଼ ସହରକୁ ଆସିବେ। ଏହାକୁ ଦୃଷ୍ଟିରେ ରଖି ବରଗଡ଼ ପୁଲିସ ପକ୍ଷରୁ ଟ୍ରାଫିକ ନିୟମାବଳୀ ଜାରି କରାଯାଇଛି।

ବରଗଡ଼ ପୁଲିସ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ,
୧. ବରଗଡ଼ ଘରୋଇ ବସଷ୍ଟାଣ୍ଡରୁ ବରପାଲି-ବଲାଙ୍ଗୀର, ସୋହେଲା-ପଦମପୁର ଓ ସରେଇପାଲି ଆଡ଼କୁ ଯାଉଥିବା ବସଗୁଡ଼ିକ ଗୁଡ଼ିକ ଦିନ ୨ଟାରୁ ରାତି ୧୧ଟା୩୦ ଭିତରେ ବରଗଡ଼ ଗାନ୍ଧୀ ଛକରୁ ଯୁ-ଟର୍ଣ୍ଣ କରି ବିକାଶ ହସ୍ପିଟାଲ ଛକ ଦେଇ ବାଇପାସ୍ ରାସ୍ତାରେ ଯାଇ ପାରିବୋ (ଘୁଲିପାଲି ଛକ କିମ୍ବା ହଳଦୀପାଲି ଛକରେ ଯାତ୍ରୀମାନେ ବସକୁ ଅପେକ୍ଷା କରିପାରିବେ)।

- Advertisement -

୨. ବରପାଲି କିମ୍ବା ସୋହେଲା ପାର୍ଶ୍ବରୁ ବରଗଡ଼ ସହରକୁ ଆସୁଥିବା ଗାଡ଼ିଗୁଡ଼ିକ ଦିନ ୨ଟାରୁ ରାତି ୧୧ଟା୩୦ ଭିତରେ ବାଇପାସ୍ ରାସ୍ତାରେ ଯାଇ ବିକାଶ ହସ୍ପିଟାଲ ଛକ ଦେଇ ସହର ଭିତରକୁ ପ୍ରବେଶ କରି ପାରିବୋ

୩. ଭଟଲି-ଅମ୍ବାଭୋନା ଆଡ଼କୁ ଯାଉଥିବା ଗାଡ଼ି କିମ୍ବା ବସ୍ ଦିନ ୨ଟାରୁ ରାତି ୧୧ଟା ୩୦ ଭିତରେ ଗାନ୍ଧୀ ଛକରୁ ବିକାଶ ହସ୍ପିଟାଲ ଛକ ଦେଇ ବାଇପାସ୍ ରାସ୍ତାରେ ଯାଇ ହଳଦୀପାଲି ଛକରୁ ଭଟଲି ଛକ ଦେଇ ଗାଡ଼ିଗୁଡ଼ିକୁ ନେବୋ (ଯାତ୍ରୀମାନେ ବସ୍ ପାଇଁ ଭଟଲି ଛକରେ ଅପେକ୍ଷା କରିବେ)

୪. ଭଟଲି-ଅମ୍ବାଭୋନା ପାର୍ଶ୍ବରୁ ବରଗଡ଼ ସହରକୁ ଆସୁଥୁବା ଗାଡ଼ିଗୁଡ଼ିକ ଦିନ ୨ଟାରୁ ରାତି ୧୧ଟା ୩୦ ଭିତରେ ଭଟଲି ଛକରୁ ହଳଦୀପାଲି ଛକ ଦେଇ ବାଇପାସ୍ ରାସ୍ତାରେ ଯାଇ ବିକାଶ ହସ୍ପିଟାଲ ଛକକୁ ଯିବୋ ସେଠାରୁ ସେମାନେ ସହର ଭିତରକୁ ପ୍ରବେଶ କରିବୋ

୫. ଭେଡେନ ପାର୍ଶ୍ଵରୁ ସହରକୁ ଆସୁଥୁବା ଚାରି ଚକିଆ ଗାଡ଼ିଗୁଡ଼ିକୁ ଦିନ ୨ଟାରୁ ରାତି ୧୧ଟା୩୦ ଭିତରେ ପୁରୁଣା ପ୍ରାଇଭେଟ ବସଷ୍ଟାଣ୍ଡ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖ ପାର୍କିଙ୍ଗ ସ୍ଥାନରେ ଗାଡ଼ି ରଖିବେ।

୬. ହଳଦୀପାଲି ଛକ କିମ୍ବା ଭଟଲି ପାର୍ଶ୍ବରୁ ସହରକୁ ଆସୁଥୁବା ଚାରି ଚକିଆ ଗାଡ଼ିଗୁଡ଼ିକ ପାଇଁ ମୋଦୀ ପଡ଼ିଆରେ ପାକିଂ ବ୍ୟବସ୍ଥା କରାଯାଇଛି।

୭. ବରପାଲି ପାର୍ଶ୍ଵରୁ ଆସୁଥିବା ସମସ୍ତ ପ୍ରକାର ଦୁଇ ଚକିଆ ଗାଡ଼ିଗୁଡ଼ିକୁ ନୂତନ ଜୀରା ପୋଲ (ଅମ୍ବାପାଲି ପାଖ) ନିକଟରେ ଥିବା ପାର୍କିଙ୍ଗ ସ୍ଥାନରେ ଗାଡ଼ି ରଖିବେ।

୮. ବାନ୍ଦୁଟିକ୍ରା ଛକ ନିକଟବର୍ତ୍ତୀ ପାକିଂ ସ୍ଥାନ କେବଳ ମୋଟର-ସାଇକେଲ ପାକିଂ ପାଇଁ ଉଦ୍ଦିଷ୍ଟ। ଚାରି ଚକିଆ ଗାଡ଼ି ପାଇଁ ମୋଦୀ ପଡ଼ିଆ, ଜିଲ୍ଲାପାଳଙ୍କ ଅଫିସ୍ ପାଖ ଏବଂ ପୁରୁଣା ଘରୋଇ ବସଷ୍ଟାଣ୍ଡଠାରେ ପାକିଂ ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।

୯. ଦିନ ୧ଟାଠାରୁ ରାତି ୧୧ଟା ୩୦ ଭିତରେ ସରକାରୀ ବସଷ୍ଟାଣ୍ଡ ସାମନା, ଫୁଡକୋର୍ଟ ସାମନା ଏବଂ ଗଉରପରା ଛକଠାରୁ ଲେଙ୍ଗୁ ମିଶ୍ର ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ଥିବା ପାକିଂ ସ୍ଥାନରେ କୌଣସି ପ୍ରକାରର ଯାନ ବାହନ ରଖାଯିବ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories