www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଲୀ ପାଇଁ କଂଗ୍ରେସର ସଜବାଜ, ଘୋଷଣା କରିବ ୫ ବଡ଼ ଗ୍ୟାରେଣ୍ଟି

ସମାଜ ଡିଜିଟାଲ ଡେସ୍କ: ଆଗାମୀ ଦିନରେ ରାଜଧାନୀ ନୂଆଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ବା ଆପ୍‌ ସରକାର ବିଭିନ୍ନ ବର୍ଗର ଲୋକଙ୍କ ଲାଗି ନୂଆ ନୂଆ ଯୋଜନା କରିବାକୁ ଘୋଷଣା କରିବା ସହିତ ପ୍ରାର୍ଥିତାଲିକା ଜାରି କରି ନିର୍ବାଚନୀ ଅଭିଯାନକୁ ଜୋରଦାର କରିଛି। ଇଣ୍ଡି ମେଣ୍ଟ ସତ୍ବେ ଉଭୟ କଂଗ୍ରେସ ଏବଂ ଆପ ପୃଥକ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ କଂଗ୍ରେସ ଦିଲ୍ଲୀରେ କ୍ଷମତାକୁ ଫେରିବା ଲାଗି ରଣକୌଶଳ ପ୍ରସ୍ତୁତ କରିଛି। ଚଳିତ ନିର୍ବାଚନ ଲାଗି କଂଗ୍ରେସ ୫ଟି ବଡ଼ ଗ୍ୟାରେଣ୍ଟି ଦେବା ନେଇ ଖୁବଶୀଘ୍ର ଘୋଷଣା କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ଦିଲ୍ଲୀର ମହିଳାମାନଙ୍କ ଲାଗି ଗଂଗ୍ରେସ ପ୍ରତିମାସରେ ୨୫୦୦ରୁ ୩୦୦୦ ଟଙ୍କା ଦେବାକୁ ନିଜ ଗ୍ୟାରେଣ୍ଟି ପତ୍ରରେ ଘୋଷଣା କରିବ। ଏହା ସହିତ ସମସ୍ତ ଦିଲ୍ଲୀବାସୀଙ୍କ ପାଇଁ ସ୍ବାସ୍ଥ୍ୟବୀମା ଯୋଜନା ବି ଆଣିବ। ଏହି ଯୋଜନା ପାଇଁ କିଛି ସର୍ତ୍ତ ରଖାଯାଇପାରେ। ସେହିପରି ଯୁବପିଢ଼ିଙ୍କୁ ଚାକିରି ଗ୍ୟରେଣ୍ଟି ଦେବ କଂଗ୍ରେସ। ଦଳ କ୍ଷମତାକୁ ଫେରିଲେ ବେରୋଜଗାର ଯୁବକଯୁବତୀମାନଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ପାଇଁ ଆପ୍ରେଣ୍ଟିସଶିପ ଯୋଜନାର ଘୋଷଣା କରିପାରେ ବୋଲି କୁହାଯାଉଛି। ତା’ ସହିତ ଶ୍ରମିକ ଶ୍ରେଣୀଙ୍କ ପାଇଁ ରୋଜଗାର ଗ୍ୟରେଣ୍ଟି ସ୍କିମ ଏବଂ ସହରି ଗରିବମାନଙ୍କ ଲାଗି ରାସନ ସାମଗ୍ରୀ ଯୋଗାଇଦେବା ନେଇ ମଧ୍ୟ ଦଳ ନିଜ ଯୋଜନାରେ ସାମିଲ କରିଛି। ଏହାଦ୍ବାରା ଆପ୍‌ ପ୍ରତି ଢଳିଥିବା ନିଜ ଭୋଟରମାନଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରିବ​‌ ବୋଲି ଆଲୋଚନା ହେଉଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories