www.samajalive.in
Saturday, December 13, 2025
21.1 C
Bhubaneswar

ସବୁଜ ଶକ୍ତିରେ ଚାଲୁଛି  କର୍ପୋରେଟ କାର୍ଯ୍ୟାଳୟ -୧୦୦ କିଲୋୱାଟ୍ ସୋଲାର ପ୍ଲାଣ୍ଟ କାର୍ଯ୍ୟକ୍ଷମ

 ବ୍ରହ୍ମପୁର, ଜାନୁଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଏହାର କର୍ପୋରେଟ କାର୍ଯ୍ୟାଳୟରେ ସୋଲାର ପ୍ୟାନେଲ ସ୍ଥାପନ କରି ସବୁଜ ଶକ୍ତିକୁ ଆପଣାଇଛି। ପୂର୍ବରୁ କମ୍ପାନୀର କର୍ପୋରେଟ ଅଫିସ ପାରମ୍ପରିକ ଶକ୍ତି ଉତ୍ସ ଦ୍ଵାରା ଚାଳିତ ହେଉଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତି ଦ୍ଵାରା ଚାଲୁଅଛି। ଦକ୍ଷିଣ ଓଡ଼ିଶାରେ ପରିବେଶ ଅନୁକୂଳ ଅଭ୍ୟାସ ଏବଂ ଅକ୍ଷୟ ଶକ୍ତି ଆପଣାଇବା ଦିଗରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଏହା ଏକ ବଳିଷ୍ଠ ପଦକ୍ଷେପ।
ଟିପିଏସ୍ଓଡିଏଲ୍ ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସ ଛାତରେ ୧୦୦ କିଲୋୱାଟ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ କରିଛି। ଏହି ସୋଲାର ପ୍ଲାଣ୍ଟରୁ ପ୍ରତି ମାସରେ ପାଖାପାଖି ୧୨ ହଜାର ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହୁଏ, ଯାହା ଦ୍ୱାରା ଅଫିସର ଦୈନିକ ଚାହିଦା ପୂରଣ ହେବା ସହ ବଳକା ଶକ୍ତି ସଞ୍ଚୟ ହୋଇପାରିବ। ଆଗାମୀ ୨୫ ବର୍ଷରେ ଏହି ପଦକ୍ଷେପ ମାଧ୍ୟମରେ ପାଖାପାଖି ୨୮ ଶହ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ହେବ ବୋଲି ଆଶା କରାଯାଉଛି। ଏହି ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories