www.samajalive.in
Saturday, December 13, 2025
17.1 C
Bhubaneswar

ପରିବା ବିକାଳିଙ୍କ ଝିଅ ବାହାଘର କରାଇଲେ ଆପାର୍ଟମେଣ୍ଟ ବାସିନ୍ଦା

ଦିଲ୍ଲୀ : ଜଣେ ପରିବା ବିକାଳିଙ୍କ ଝିଅର ବାହାଘର ଧୁମ୍‌ଧାମ୍‌ରେ କରାଇ ବେଶ ପ୍ରଶଂସା ସାଉଁଟିଛନ୍ତି ଏକ ଆପାର୍ଟମେଣ୍ଟ ବାସିନ୍ଦା। ନୋଏଡା ସେକ୍ଟର ୧୨୧ ଠାରେ ଥିବା ଏକ ଆପାର୍ଟମେଣ୍ଟ ସମ୍ମୁଖରେ ଦିଲ୍ଲୀର ସତ୍‌ପାଲ ନାମକ ଜଣେ ବ୍ୟକ୍ତି ପରିବା ବିକ୍ରି କରିଥାନ୍ତି। ତାଙ୍କର ୪ଟି ଝିଅ ଓ ଦୁଇଟି ପୁଅ। ସତ୍‌ପାଲ ଯେନତେନ ପ୍ରକାରେ ନିଜର ୩ ଝିଅଙ୍କ ବିବାହ ସମ୍ପନ୍ନ କରି ସାରିଥିବା ବେଳେ ସବୁଠାରୁ ସାନ ଝିଅ ବାହାଘର ପାଇଁ ତାଙ୍କ ନିକଟରେ ଅର୍ଥର ଅଭାବ ଦେଖା ଦେଇଥିଲା। ସାନ ଝିଅର ବାହାଘର ଠିକ୍‌ ହୋଇଯାଇଥିଲେ ସୁଦ୍ଧା ଅର୍ଥ ଅଭାବରୁ ସତ୍‌ପାଲ ତା’ ବାହାଘର କରି ପାରୁନଥିଲେ। ଏ ସମ୍ପର୍କରେ ଆପାର୍ଟମେଣ୍ଟ ବାସିନ୍ଦା ଅବଗତ ହେବା ପରେ ଝିଅର ବାହାଘର ପାଇଁ ଅଣ୍ଟା ଭିଡିଥିଲେ।

ନିଜ ମଧ୍ୟରେ ଚାନ୍ଦା କରି ବିବାହ ପାଇଁ ଅର୍ଥ ସଂଗ୍ରହ କରିଥିଲେ। ଝିଅର ବାହାଘର ଆପାର୍ଟମେଣ୍ଟର କ୍ଲବ ହାଉସ୍‌ରେ ଧୁମ୍‌ଧାମ୍‌ରେ ଆୟୋଜନ କରାଯାଇଥିଲା। ଏହି ବିବାହ ଉତ୍ସବରେ ୨୦୦ରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଜଣେ ଆପାର୍ଟମେଣ୍ଟ ବାସିନ୍ଦା କହିଛନ୍ତି ସତ୍‌ପାଲ ଜଣେ ଭଦ୍ର ବ୍ୟକ୍ତି। ଯଦି କୌଣସି ଆପାର୍ଟମେଣ୍ଟ ବାସିନ୍ଦା ପରିବା କିଣିବାକୁ ଯାଇ ନ ପାରନ୍ତି ତେବେ ଫୋନ୍‌ କଲେ ସତ୍‌ପାଲ ନିଜ ସାନ ଝିଅ ହାତରେ ତୁରନ୍ତ ପରିବା ପଠାଇ ଦେଇଥାନ୍ତି।

- Advertisement -

ସତ୍‌ପାଲଙ୍କ ସାନ ଝିଅକୁ ଆପାର୍ଟମେଣ୍ଟରେ ରହୁଥିବା ବୟସ୍କ ବ୍ୟକ୍ତିମାନେ ନିଜ ଝିଅ ବୋଲି ଭାବନ୍ତି। ତେଣୁ ତା’ର ବିବାହରେ ଅର୍ଥ ବାଧକ ସାଜିବା ଖବର ଶୁଣି ଆପାର୍ଟମେଣ୍ଟ ବାସିନ୍ଦା ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଅନେକ ବ୍ୟକ୍ତି ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ପ୍ରଶଂସା କରିଛନ୍ତି। ମାନବିକତା ଓ ସାମାଜିକ ଦାୟିତ୍ବବୋଧ ବର୍ତ୍ତମାନ ସୁଦ୍ଧା ବଞ୍ଚି ରହିଥିବାର ଏହା ବଳିଷ୍ଠ ଉଦାହରଣ ବୋଲି ଅନେକ ବ୍ୟକ୍ତି ଦର୍ଶାଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories