www.samajalive.in
Monday, December 8, 2025
17.1 C
Bhubaneswar

ପ୍ରେସକ୍ରିପ୍‌ସନ ଧରିବେନି ରୋଗୀ, ଆୟୁଷ୍ମାନ ସହ ଖୁବ୍‌ ଶୀଘ୍ର ମିଳିବ ‘ଆଭା କାର୍ଡ’..

ଭୁବନେଶ୍ୱର : ପ୍ରେସକ୍ରିପ୍‌ସନ୍‌ରୁ ମିଳିବ ମୁକ୍ତି । ଆଉ ମାଳ ମାଳ ପ୍ରେସକ୍ରିପସନ୍‌ ଧରି ବୁଲିବେନି ରୋଗୀ । ଏଣିକି ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ତଥ୍ୟ । ଖୁବ୍‌ ଶୀଘ୍ର ସରକାର ଲାଗୁ କରିବେ ନ୍ୟାସନାଲ୍‌ ଡିଜିଟାଲ୍‌ ହେଲଥ୍‌ ମିଶନ । ଏନେଇ ଗୁରୁବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ନ୍ୟାସନାଲ୍‌ ହେଲଥ୍‌ ଅଥରିଟି ଅଧୀନରେ ରହିବ ‘ଆଭା କାର୍ଡ’ । ଏହାର ନାଁ ରହିବ ଆୟୁଷ୍ମାନ ଭାରତ ହେଲଥ୍‌ ଆକାଉଣ୍ଟ ବା ଆଭା କାର୍ଡ । କ୍ୟୁ ଆର୍‌ କୋଡ୍‌ ସ୍କାନ୍‌ କଲେ ପୂର୍ବ ରୋଗ ସମ୍ପର୍କରେ ତଥ୍ୟ ମିଳିପାରିବ । ଲୋକ ସଂଖ୍ୟା ଅନୁସାରେ ‘ଆଭା’ ଆକାଉଣ୍ଟ ରେଜିଷ୍ଟ୍ରେସନ କରି ପାରିବେ । ଫେବୃଆରୀ ପୂର୍ବରୁ କାର୍ଡ ବଣ୍ଟନ ନେଇ ଯୋଜନା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍‌ଲାଇନ୍‌ ମାଧ୍ୟମରେ ଏହି କାର୍ଡ ଆବେଦନ କରି ପାରିବେ । ଆୟୁଷ୍ମାନ ଭାରତ ସହ ଏହା ମିଳିବ । ଏହି କାର୍ଡରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ। ଏଟିଏମ୍‌ ଓ ପାନ୍‌ ଭଳି ୧୪ ଡିଜିଟ୍‌ ମଧ୍ୟ ରହିବ ।

ନୂଆବର୍ଷ ୨୦୨୫ : ରାହୁ କରିବେ ଚଳନ, ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ..

ପୁଣି ବଢିଲା ସୁନା ଦାମ୍‌; ଜାଣନ୍ତୁ କେତେ ..

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories