www.samajalive.in
Monday, December 8, 2025
24.1 C
Bhubaneswar

ଝରକା ଭାଙ୍ଗି କଳାକନା ବୁଲାଇଲେ; ୫ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା ଚୋରି

ସିମୁଳିଆ: ନବ ବର୍ଷରେ ଘରେ କେହି ନ ଥିବା ବେଳେ ଦିନ ଦ୍ୱିପ୍ରହରରେ ଘର ପଛ ପଟୁ ଝରକା ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନେଇଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଉରିପଦା ପଞ୍ଚାୟତର ରାମ୍ପୋ ଗ୍ରାମର ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଥିବା ରାଜେନ୍ଦ୍ର ଖଟୁଆଙ୍କ ପରିବାର ଲୋକେ ନୂତନ ବର୍ଷ ଉପଲକ୍ଷେ ବକ୍ରେଶ୍ୱର ମନ୍ଦିର ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଚୋର ଘର ପଛ ପଟ ଗ୍ରୀଲ ଭାଙ୍ଗି ଘରେ ପଶି ଆଲମିରାକୁ ଲୁହା ଶାବଳରେ ତାଡି ସେଥିରେ ଥିବା ନଗଦ ଏକ ଲକ୍ଷ ଟଙ୍କା ଓ ୫ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା ଚୋରି କରି ନେଇଥିବାର ସିମୁଳିଆ ଥାନାରେ ମିଟି ଖଟୁଆ ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗ ପାଇ ସିମୁଳିଆ ପୁଲିସ  ଘଟଣାର ତଦନ୍ତ କରିଛି। ସିମୁଳିଆ ଥାନା ଅଞ୍ଚଳରେ ବାରମ୍ବାର ଚୋରି, ଡକାୟତି ଓ ଲୁଟ ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ଏଯାଏଁ ଲୁଟେରା ଧରାପଡି ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ବାସ୍ତୁ : ଜାଣନ୍ତୁ ଶୟନ କକ୍ଷରେ ମନିପ୍ଲାଣ୍ଟ ରଖିବେ କି ନାହିଁ ..

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories