www.samajalive.in
Monday, December 8, 2025
24.1 C
Bhubaneswar

ବାଙ୍ଗରିପୋଷୀ ଲ୍ୟାମ୍ପ୍‌ସରେ ବିଧାୟିକାଙ୍କ ଦ୍ୱାରା ଧାନମଣ୍ଡି ଉଦଘାଟିତ

କଳାବାଡିଆ: ବାଙ୍ଗରିପୋଷୀ ସମବାୟ ସମିତି ପକ୍ଷରୁ ଖରିଫ ଧାନ କ୍ରୟ ପାଇଁ ମଙ୍ଗଳବାର ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ବ୍ଲକର ୯ଟି ପଞ୍ଚାୟତର ୯୩୦ ଜଣ ନିର୍ଭରଶୀଳ ଚାଷୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ବାଙ୍ଗରିପୋଷୀ ଲ୍ୟାମ୍ପ୍‌ସ ଆନୁକୂଲ୍ୟରେ ବାଙ୍ଗରିପୋଷୀଠାରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ବାଙ୍ଗରିପୋଷୀ ବିଧାୟିକା ସଞ୍ଜଳୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଉଦ୍‌ଘାଟନ କରିଥିଲେ। ଯୋଗାଣ ନିରୀକ୍ଷକ ତୀର୍ଥ ମାଝୀ, ସିନିଅର ଏ ଆର ସିଏସ ଅଶୋକ ପାଣି, ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, ଏମଡି ଅମିତ କୁମାର ଗିରି, ଲ୍ୟାମ୍ପ ସଭାପତି ବଙ୍କିମ ଚନ୍ଦ୍ର ବିଜୁଳି, କୃଷି ଅଧିକାରୀ ଚାରୁଲତା ପି ସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାଇରେକ୍ଟର ପ୍ରଶାନ୍ତଦାସ ପଟ୍ଟନାୟକ ତଥା ପରିଚାଳନା ପରିଷଦର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହିଥ‌ିବାବେଳେ ଲ୍ୟାମ୍ପସ ପରିଚାଳନା ନିର୍ଦେଶକ ଅମିତ କୁମାର ଗିରିଙ୍କ ତତ୍ତ୍ବାବଧାନରେ ଧାନ କ୍ରୟ ଆରମ୍ଭ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଧାନକୁ ସଫା କରାଯିବା, ଶୁଖିଲା ରଖିବା ଆଦି ସମ୍ପର୍କରେ ଅତିଥି ବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ। ଚଳିତ ବର୍ଷ ଏଫକ୍ୟୁ ଧାନର ମୂଲ୍ୟ ୩୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ଲ୍ୟାମ୍ପସର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ ମଣ୍ଡି ଉଦଘାଟନକୁ ନେଇ ଆନନ୍ଦର ଲହରୀ ଖେଳିଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories