www.samajalive.in
Saturday, December 6, 2025
26.1 C
Bhubaneswar

ନୂଆବର୍ଷର ରାଶିଚଳନ

ମେଷ: ନୀରୋଗ ଶରୀର ସମ୍ପନ୍ନ ଓ ରୂପବାନ୍‌ ହେବେ। ବ୍ୟବସାୟରୁ ଆୟ ଆଶାନୁରୂପ ହେବ। ସ୍ବାଭିମାନୀ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ପ୍ରଭାବ ବିସ୍ତାର କରିପାରନ୍ତି।
ବୃଷ: ପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯାନବାହନ ସୁଖ ମିଳିବ। ସଦ୍‌ଗୁଣସମ୍ପନ୍ନ ହେବେ। ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ସରକାରୀ ସମ୍ମାନ ମିଳିପାରେ। ମାନସିକ ଅଶାନ୍ତି ଦୂର ହେବ।
ମିଥୁନ: ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଧର୍ମକ୍ରିୟାରତ ହୋଇପାରନ୍ତି। ମନୋଜ୍ଞ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। କର୍କଟ:ବିବିଧ ଧନଯୁକ୍ତ ହେବେ। ମାନୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ଶତ୍ରୁକୁ ବିନାଶ କରି ଧନ ଭୋଗ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଭାଷା ମାର୍ଜିତ ଓ ଶୁଭଦାୟକ ହେବ। ବିଜୟୀ ହେବେ।
ସିଂହ: କର୍ମଚଞ୍ଚଳ ରହିବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆହାର ସୁଧାର ହେବ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା: କର୍ମଚଞ୍ଚଳ ରହିବେ। ଯଶସ୍ବୀ ହେବେ। ଏକାନ୍ତ ସାଧନା ଫଳବତୀ ହେବ। ବିଭାଗୀୟ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି।
ତୁଳା: ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନ ସଞ୍ଚୟ କରିବାରେ ସିଦ୍ଧହସ୍ତ ହେବେ। ସନ୍ମାର୍ଗୀ ହୋଇପାରନ୍ତି। ଧର୍ମପ୍ରିୟ ହେବେ। କର୍ମଚଞ୍ଚଳ ହୋଇପାରନ୍ତି। ଭୂମିଲାଭର ସୂଚନା ମିଳୁଛି। ସୁଖୀ ହେବେ।
ବିଛା: କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ଓ ବହୁବିଧ ଧନର ଅଧିକାରୀ ହେବେ। ସତ୍‌ପଥଗାମୀ ହୋଇ ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ମୁଖ୍ୟାଳୟର ମୁଖ୍ୟ ରୂପେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି।
ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ରାଜପୂଜିତ ହେବେ। ଯାନବାହନ ସୁଖ ମିଳିପାରେ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ବି ସଫଳତା ମିଳିବ। ଅଭୀଷ୍ଟ ପୂରଣ ହେବ।
ମକର: ଶୁଦ୍ଧ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଜନବଲ୍ଲଭ ହେବେ। ପୁଣ୍ୟବାନ୍‌ ଓ ସୁଶୀଳ ହେବେ। କାର୍ଯ୍ୟ ବିଘ୍ନବହୁଳ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ।

- Advertisement -

କୁମ୍ଭ:  ଜଣେ ସମାଜସେବୀଭାବେ ସର୍ବତ୍ର ଆଦରଣୀୟ ହେବେ। ଉଚ୍ଚାସନରେ ଆସୀନ ହେଲେବି ଗର୍ବହୀନ ହେବେ। ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ। ପ୍ରତିଶ୍ରୁତି ପାଳନରେ ସିଦ୍ଧହସ୍ତ ହେବେ।
ମୀନ : ଭ୍ରାତୃଭାବ ଅତୁଟ ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ। କୀର୍ତ୍ତିମାନ୍‌ ହେବେ। ସରକାରଙ୍କ ସମର୍ଥକ ହୋଇପାରନ୍ତି। ବନ୍ଧୁ ପ୍ରୀତି ଅକ୍ଷୁଣ୍ଣ ରହିବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories