www.samajalive.in
Monday, December 8, 2025
24.1 C
Bhubaneswar

ଓଢ଼ଣା ନ ଦେବାରୁ ଭାଙ୍ଗିଗଲା ବାହାଘର, ବର ଓ କନ୍ୟାପକ୍ଷ ମଧ୍ୟରେ ମାରପିଟ୍‌

ଭୋପାଳ..- ବିବାହ ବେଦୀରେ ଓଢ଼ଣା ନଦେବାରୁ ବାହାଘର ଭାଙ୍ଗିଯିବା ସହ ବର ଓ କନ୍ୟା ପକ୍ଷ ମଧ୍ୟରେ ନିସ୍ତୁକ ମାରପିଟ୍‌ ବି ହୋଇଛି ।  ଶେଷରେ ବର ନିଜେ ବରପକ୍ଷ ଲୋକଙ୍କୁ ଥାନାକୁ ନେଇ କନ୍ୟାପକ୍ଷ ନାମରେ ମାମଲା ରୁଜୁ କରିଛି । ଏପିର ଘଟଣା ମଧ୍ୟପ୍ରଦେଶରେ ଘଟିଛି ।

ମଧ୍ୟପ୍ରଦେଶର ରତଲାମରେ ବର୍ଷା ସୋନାଓ୍ୱା ଓ ବଲ୍ଲଭ ପାଞ୍ଚୋଲିଙ୍କ ମଧ୍ୟରେ ବିବାହ ହେବାର ଥିଲା । ବଲ୍ଲଭ ବାଜା ରୋଷଣୀ ସହ ବିବାହ ମଣ୍ଡପରେ ପହ଼଼ଞ୍ଚିଥିଲେ । ବିବାହ ବେଦୀକୁ କନ୍ୟା ଆସିବା ସମୟରେ ଓଢ଼ଣା ଦେଇ ନ ଥିଲେ , ଶାଢୀ ବଦଳରେ ଗାଉନ୍‌ ବି ପିନ୍ଧିଥିଲେ  । ଓଢ଼ଣା ଦେବା ପାଇଁ ବର ପକ୍ଷର କିଛି ଲୋକ ଅଡ଼ି ବସିଥିଲେ, ଶାଢୀ ବି ପିନ୍ଧିବା ପାଇଁ କହିଥିଲେ । ମାତ୍ର କନ୍ୟା ଏପରି କରିବାକୁ ମନା କରିଥିଲା । କନ୍ୟାପକ୍ଷର ଲୋକ ବି ଏହାକୁ ସମର୍ଥନ କରିଥିଲେ । ପରେ କଥା କଟା କଟି ହୋଇଥିଲା । ଟାଇମସ୍‌ନାଓ.କମ୍‌ର ଖବର ଅନୁଯାୟୀ ଉଭୟପକ୍ଷ କଥା କଟାକଟି ଓ ପରେ ହାତାହାତି ହୋଇଥିଲେ ।

- Advertisement -

ମାରପିଟ୍‌ ଆରମ୍ଭ ହେବାରୁ ବର କିଛି ଲୋକଙ୍କୁ ନେଇ ନିକଟସ୍ଥ ଥାନାକୁ ଯାଇଥିଲା । ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୋମାନଙ୍କୁ ବୁଝାସୁଝା କରିବା ପରେ ବିବାହ ପାଇଁ ୩ ଘଣ୍ଟା ଆଲୋଚନା କରିଥିଲେ । ମାତ୍ର କୌଣସି ନିଷ୍କର୍ସ ନ ବାହାରୁବାରୁ ବାହାଘରକୁ ବାତିଲ କରି ଦିଆଯ।ଇଥିଲା ।  ଉଭୟ ପକ୍ଷ ଅତି ଉଚ୍ଚ ଶିକ୍ଷିତ । ବଲ୍ଲଭ ସିଭିଲ୍‌ ଇଞ୍ଜିନିୟର ହୋଇଥିବା ବେଳେ ବର୍ଷା କେନ୍ଦ୍ରସରକାରଙ୍କ ଅଧିନରେ ଚାକିରି କରୁଛନ୍ତି   ବୋଲି ପୁଲିସ ସୂଚନା ଦେଇଛି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories