www.samajalive.in
Sunday, December 14, 2025
14.1 C
Bhubaneswar

କଲ୍ୟାଣସିଂହପୁରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ପରିମଳ ବ୍ୟବସ୍ଥା। ମୁଖ୍ୟ ରାସ୍ତା କଡ଼ରେ କୁଢ କୁଢ ଅଳିଆ ଆବର୍ଜନା ପଡ଼ିରହିବା ସହ ବଜାରରେ ରାସ୍ତା ଉପରେ ଅଳିଆ ଗଦା ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ ପରିମଳ ବ୍ୟବସ୍ଥା ସୁଧାରିବାରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକ ସଦର ମହକୁମାକୁ ବିଭିନ୍ନ କାର୍ଯ୍ୟରେ ହଜାର ହଜାର ଲୋକମାନେ ଆସୁଛନ୍ତି। ବ୍ଲକର ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନରେ ଏଣେତେଣେ ଆବର୍ଜନା ପଡ଼ିଥିବାରୁ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା ଜଣାପଡ଼ିଛି। ଆବର୍ଜନା ସଫେଇ ହେଉନଥିବାରୁ ମଶା, ମାଛି, ଡାଆଁସଙ୍କ ପ୍ରାଦୁର୍ଭାବରେ ଲୋକମାନେ ରୋଗାକ୍ରାନ୍ତ ହେବା ସ୍ୱାଭାବିକ। ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ପୁରୁଣା ମେଡିକାଲ, ଜଳଖିଆ ଦୋକାନ, ରାସନ ଦୋକାନ, ବିଭିନ୍ନ ଦୋକାନ ଓ ଜନସାଧାରଣଙ୍କ ମଇଳା ଗଦା ସ୍ଥାନ ପାଲଟିଛି ମୁଖ୍ୟ ରାସ୍ତା। ବ୍ୟବସାୟମାନେ ରାତିରେ ପଲିଥିନ, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଅଳିଆ ଆବର୍ଜନା ଅଚିନ୍ତାରେ ପକାଉଥିବାବେଳେ ସାଧାରଣ ଲୋକେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ରାସ୍ତା କଡରେ ପ୍ରମୁଖ ସ୍ଥାନମାନଙ୍କରେ ପଡ଼ିଥିବା ଅଳିଆଗୁଡିକୁ ଗାଈଗୋରୁ ଆହାର କରି ଅନେକ ସମୟରେ ମୃତ୍ୟୁବରଣ କରୁଛନ୍ତି।

ସ୍ୱଚ୍ଛ ପରିବେଶ ନିମନ୍ତେ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତି ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଥିଲେ ମଧ୍ୟ ଏଠାରେ ସେସବୁ କାମରେ ଆସୁନଥିବା ଦେଖିବାକୁ ମିଳିଛି। ଆବର୍ଜନା ପରିଚାଳନା ନିମନ୍ତେ ବ୍ଲକ ଓ ପଞ୍ଚାୟତ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍ଥାନେ ସ୍ଥାନେ ତିଆରି କରିଥିଲେ ଆବର୍ଜନା କୁଣ୍ଡ। କେତେକ ସ୍ଥାନରେ ଏହି କୁଣ୍ଡ କାମରେ ଲାଗୁନାହିଁ। ଏଭଳି କାର୍ଯ୍ୟକଳାପରେ ସ୍ୱଚ୍ଛତା ନଷ୍ଟ ହୋଇ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି।

- Advertisement -

୨୦୨୩ ମସିହା ଅଗଷ୍ଟ ୧୫ ତାରିଖରେ ବ୍ଲକ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତକୁ ଦୁଇଟି ଲେଖାଏଁ ତିନିଚକିଆ ଡାଲା ଗାଡି ଦିଆଯାଇଥିଲା। ପଞ୍ଚାୟତ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ଗାଡ଼ି ପରିଚାଳନା ଦାୟିତ୍ଵ ଦିଆଯାଇଛି। କଲ୍ୟାଣସିଂହପୁର ପଞ୍ଚାୟତରେ ଦୁଇ ଜଣ ଲୋକଙ୍କୁ ଏହି ତିନି ଚକିଆ ଡାଲା ଗାଡି ହସ୍ତାନ୍ତର କରି ଗ୍ରାମ ସଫାକରି ଅଳିଆ ଆବର୍ଜନାଗୁଡିକ ବାହାରେ ଫିଙ୍ଗିବା ପାଇଁ ନିର୍ଦେଶ ଦେଇଥିଲେ। ଏହି କାର୍ଯ୍ୟ ନିମନ୍ତେ ପଞ୍ଚାୟତ ପକ୍ଷରୁ ୩ହଜାର ଟଙ୍କା ଲେଖାଏଁ ଦୁଇଜଣଙ୍କୁ ୬ହଜାର ଟଙ୍କା ପାରିଶ୍ରମିକ ଦେଉଥିଲେ। ଏହି ଟଙ୍କା ଦୋକାନୀମାନଙ୍କଠାରୁ ଆଦାୟ କରି ନେଇ ସେଥିରୁ ହିଁ ଦରମା ହାରରେ ଦେଉଥିବା ଜଣାପଡ଼ିଛି। ବର୍ତ୍ତମାନ ପ୍ରାୟ ୬ମାସ ହେବ ଗାଡିଟି ଭାଙ୍ଗି ଯାଇଥିବାରୁ ଗ୍ରାମର ପରିମଳ ବ୍ୟବସ୍ଥା ହୋଇପାରୁନାହିଁ। ଯାହା ଫଳରେ ପରିବେଶ ଦୁର୍ଗନ୍ଧମୟ ହୋଇଯାଇଛି। ଏହାକୁ ନେଇ ସରପଞ୍ଚ ଗୌତମ ବାର୍ଲିଙ୍କୁ ପଚାରିବାରୁ ବର୍ତ୍ତମାନ ଗାଡ଼ି ଭାଙ୍ଗି ଯାଇଛି। ଜାନୁଆରୀରେ ବ୍ୟାଟେରୀ ଚାଳିତ ଗାଡ଼ି ଆସିଲେ ତାହାକୁ ଗ୍ରୁପମାନଙ୍କ ଦ୍ୱାରା ପରିଚାଳିତ କରାଯିବ। ଏ ବିଷୟରେ ବ୍ଲକରେ ଆଲୋଚନା କରାଯାଇଥିବା କହିଛନ୍ତି। ଏହି ବ୍ଲକର ୧୪ଟି ପଞ୍ଚାୟତକୁ ଦିଆଯାଇଥିବା ତିନି ଚକିଆ ଡାଲା ଗାଡି ମଧ୍ୟ କାର୍ଯ୍ୟରେ ଲାଗୁନଥିବା ଜଣାପଡ଼ିଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories