www.samajalive.in
Sunday, December 14, 2025
23.1 C
Bhubaneswar

ବକ୍ସିଂ ଡେ ଟେଷ୍ଟ: ଭାରତକୁ ବିପର୍ଯ୍ୟୟରୁ ଉଦ୍ଧାର କଲେ ନିତିଶ, ସୁନ୍ଦର

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସି ଡେ’ ଟେଷ୍ଟ ଜାରି ରହିଛି। ଶନିବାର ଖେଳର ୩ୟ ଦିବସରେ ଭାରତକୁ ବଡ଼ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ଦୁଇ ଅଲରାଉଣ୍ଡର ନିତିଶ ରେଡ୍ଡୀ ଏବଂ ୱାଶିଂଟନ ସୁନ୍ଦର। ୨୨୧ ରନରେ ଦଳ ୭ ଉଇକେଟ ହରାଇଥିବାବେଳେ ଉଭୟେ ଦୃଢ଼ତାର ସହିତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ଦେଇଛନ୍ତି। ୩ୟ ଦିବସର ୨ୟ ସେସନ ଖେଳ ଚାଲିଥିବାବେଳେ ଭାରତ ୭ ଉଇକେଟ ବିନିମୟରେ ୩୨୬ ରନ ସଂଗ୍ରହ କରି ବ୍ୟାଟିଂ ଜାରି ରଖିଛି। ନିତିଶ ୮୫ ଏବଂ ସୁନ୍ଦର ୪୦ ରନ କରି ଅପରାଜିତ ରହିଛନ୍ତି। ତେବେ ଟେଷ୍ଟ କ୍ୟାରିୟରରେ ନିତିଶ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ପରେ ପୁଷ୍ପା ଷ୍ଟାଇଲରେ ସେଲିବ୍ରେସନ କରିଥିଲେ। ଯାହା ବୋ ଆମୋଦପୂର୍ଣ୍ଣ ରହିଥିଲା।

ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ ଷ୍ଟିଭ ସ୍ମିଥଙ୍କ ଶତକ(୧୪୦), ମାର୍ନସ ଲାବୁସାନେ(୭୨), ସାମ କନଷ୍ଟାସ(୬୦), ଉସମାନ ଖ୍ବାଜା(୫୭) ଏବଂ ଅଧିନାୟକ ପ୍ୟାଟ କମିନ୍ସଙ୍କ ୪୯ ରନ ବଳରେ ୪୭୪ ରନ କରିବାରେ ସକ୍ଷମ ହୋଇଥିଲା। ଏହାର  ଜବାବରେ ଭାରତ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥ ୭ ଉଇକେଟ ମଧ୍ୟରେ ଯଶସ୍ବୀ ଜୟସୱାଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ବେଶୀ ସମୟ ଧରି ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ସାମ୍ନା କରିପାରି ନ ଥିଲେ। ଜୟସୱାଲ କେବଳ ୮୨ ରନ କରିବାରେ ସମର୍ଥ ହୋଇଥିଲେ। ଦଳ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା। ୨୨୧ ରନରେ ୭ ଉଇକେଟ ଚାଲିଯିବା ପରେ ଖୁବଶୀଘ୍ର ଭାରତୀୟ ପାଳି ଶେଷ ହୋଇଯିବ ବୋଲି ଆଶଙ୍କା କରାଯାଉଥିଲା। ହେଳେ ନିତିଶ ରେଡ୍ଡୀ ଏବଂ ୱାଶିଂଟନ ସୁନ୍ଦରଙ୍କ ଭାଗିଦାରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories