www.samajalive.in
Friday, December 12, 2025
19.1 C
Bhubaneswar

ଗୁରୁଦ୍ୱାରରେ ବୀର ବାଲ୍‌‌ ଦିବସ ପାଳିତ

କେନ୍ଦୁଝରଗଡ଼଼: କେନ୍ଦୁଝର ସହର ଉପକଣ୍ଠ ଘୁଟୁରସ୍ଥିତ ଗୁରୁଦ୍ୱାରରେ ବୀର ବାଲ୍‌‌ ଦିବସ ପାଳିତ ହୋଇଯାଇଛି। ଲୋକସଭା ସଦସ୍ୟ ଅନନ୍ତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଖ୍‌‌ ଦଶମଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କ ଛୋଟଛୁଆ ମାନେ ଦେଶ ତଥା ହିନ୍ଦୁଧର୍ମକୁ ରକ୍ଷା କରିବା ପାଇଁ ଦେଇଥିବା ବଳିଦାନ ଓ ତ୍ୟାଗ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଏହି ଦିନକୁ ମନେ ରଖିବା ପାଇଁ ଡିସେମ୍ବର ୨୬ତାରିଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବୀର ବାଲ୍‌‌ ଦିବସ’ ଭାବେ ପାଳନ ପାଇଁ ଘୋଷଣା କରିଥିଲେ। ଏହି ଉପଲକ୍ଷେ ଗୁରୁବାର ଘୁଟୁରସ୍ଥିତ ଗୁରୁଦ୍ୱାରରେ ଜିଲା ବିଜେପି ତଥା ଶିଖ୍‌‌ ଧର୍ମାବଲମ୍ବୀଙ୍କ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ନାୟକଙ୍କ ସମେତ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ଏବଂ କେନ୍ଦୁଝରଗଡ଼଼଼ ପୌରାଧକ୍ଷା ନିକୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୀର ବାଲ୍‌‌ ଦିବସ କାର୍ଯ୍ୟକ୍ରମରେ ଶିଖ୍‌‌ ଦଶମମଗୁରୁ ଗୁରୁ ଗୋବିନ୍ଦ ସିଂଙ୍କ ପିଲାମାନଙ୍କ ଦେଶ ତଥା ହିନ୍ଦୁଧର୍ମକୁ ରକ୍ଷା କରିବା ପାଇଁ ଦେଇଥିବା ବଳିଦାନକୁ ସମସ୍ତେ ମନେ ପକାଇଥିଲେ। ଏହି କାର୍ଯ୍ୟକ୍ରମ ଗୁରୁଦ୍ୱାର କମିଟି ସଦସ୍ୟ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories