www.samajalive.in
Saturday, December 13, 2025
21.1 C
Bhubaneswar

ସିନେମାରେ ବିକ୍ରି ହେଉଛି, ବାସ୍ତବ ଜୀବନରେ ପଡିରହିଛି ଲାଲ୍ ଚନ୍ଦନ

ନୂଆଦିଲ୍ଲୀ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର ପାର୍ଟ୍ ୨ ଆସିସାରିଛି । ଫିଲ୍ମରେ ଚନ୍ଦନ କାଠ କାରବାର ଦେଖିବାକୁ ମିଳୁଛି । ସିନେମାରେ ଲାଲ୍ ଚନ୍ଦନ କାଠକୁ ସୁନା ଭଳି ଦାମୀ ଦର୍ଶାଯାଇଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବାସ୍ତବରେ ଲାଲ ଚନ୍ଦନକୁ କିଣିବା ପାଇଁ କ୍ରେତା ମିଳୁନାହାଁନ୍ତି ।

ଲାଲ୍ ଚନ୍ଦନ ବନସ୍ପତିରେ ଲୁପ୍ତପ୍ରାୟ ପ୍ରଜାତି ମଧ୍ୟରେ ସାମିଲ । ଏହା ସହିତ ଏହାକୁ କାଟିବା କିମ୍ବା ବ୍ୟକ୍ତିଗତ ଭାବେ ବିକ୍ରି କରିବା ବେଆଇନ । ଏହି ପ୍ରଜାତି ଆନ୍ଧ୍ର ପ୍ରଦେଶର ରାୟଲସୀମା ଅଞ୍ଚଳରେ ମିଳିଥାଏ । କିନ୍ତୁ ଭାରତରେ ଲାଲ ଚନ୍ଦନର ପ୍ରମୁଖ ଅଧିକୃତ ବିକ୍ରେତା ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ବାରା ଏହି ଦାମୀ କାଠର ନିଲାମ ସମୟରେ ଅନେକ ଚେଷ୍ଟା ସତ୍ତ୍ବେ ଅନ୍ତର୍ଜାତୀୟ ବଜାରରେ ଏହାକୁ କିଣିବା ପାଇଁ ବହୁତ କମ୍ ଆଗ୍ରହ ନଜର ଆସିଥାଏ । ପାରମ୍ପରିକ ଚିକିତ୍ସା ଓ ବିଳାସପୂର୍ଣ୍ଣ ସାମଗ୍ରୀ ପ୍ରସ୍ତୁତ ପାଇଁ ଏହା କାମରେ ଆସିଥାଏ । କରୋନା ମହାମାରୀ ପରଠୁ ଅନ୍ତର୍ଜାତୀୟ ବଜାରରେ ଏହାର ଏକ ଟନ୍ ମଧ୍ୟ ବିକିବା ପାଇଁ ସଂଘର୍ଷ କରିବାକୁ ପଡୁଛି ।

- Advertisement -

ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ମଧ୍ୟ ୯୦୫ ଟନ୍ ଲାଲ ଚନ୍ଦନର ନିଲାମୀ କରିବା ପାଇଁ ଚେଷ୍ଟା ସତ୍ତ୍ବେ ଏକ ଟନ୍ ମଧ୍ୟ ବିକ୍ରି ହୋଇପାରିନି । ଚୀନ୍ ଲାଲ୍ ଚନ୍ଦନ ପାଇଁ ପ୍ରାଥମିକ ବଜାର ଥିଲା କିନ୍ତୁ ୨୦୨୦ ମହାମାରୀ ପରଠୁ ସେଠାରେ ମଧ୍ୟ ଲାଲ ଚନ୍ଦନର ଚାହିଦା ହ୍ରାସ ପାଇଛି । ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ଆନ୍ଧ୍ରପ୍ରଦେଶକୁ ୧୧ ହଜାର ଟନ୍ ଲାଲ ଚନ୍ଦନର ନିଲାମ କରିବାକୁ ଅନୁମତି ଦେଇଛି କିନ୍ତୁ ଏଥିରୁ ପ୍ରାୟ ୪ ହଜାର ଟନ୍ ଏବେ ମଧ୍ୟ ମନ୍ଦିର ସହର ତିରୁପତିରେ ଏକ ଉଚ୍ଚ ସୁରକ୍ଷା ବିଶିଷ୍ଟ ଡିପୋରେ ରଖାଯାଇଛି ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories