www.samajalive.in
Monday, December 8, 2025
24.1 C
Bhubaneswar

ଖୁଣ୍ଟପୋତାରେ ସୀମିତ ସୌର ଆଲୋକ ବ୍ୟବସ୍ଥା: ଜାତୀୟରାଜପଥରେ ରାଜୁତି କରୁଛି ଘନ ଅନ୍ଧାର, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ସାରୁଅ,: ସୌର ଆଲୋକର ବହୁଳ ବ୍ୟବହାର ଲାଗି କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଉଥିବାବେଳେ ବାସ୍ତବରେ ତାହା ପ୍ରହସନ ପାଲଟିଥିବା ଜଣାପଡ଼ିଛି। ଖୋଦ୍ଧା- ବଲାଙ୍ଗୀର ୫୭ ସଂଖ୍ୟା ଜାତୀୟ ରାଜପଥର ବାଘମାରୀ ବଜାରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ସୌର ଆଲୋକ ଲଗାଯିବା ଲାଗି ଖୁଣ୍ଟ ପୋତା ଯାଇଥିଲେ ହେଁ ସେଥ୍‌ରେ ଆଲୋକ ଲଗାଯାଉ ନଥିବା ଜଣାପଡ଼ିଛି। ଫଳରେ ରାତ୍ରିସମଯରେ ଅନ୍ଧକାର ରାଜୁତି କରୁଥିବା ଜଣାପଡ଼ିଛି। ତେବେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରା ଯାଇଥିବାରୁ ଏଥ୍‌ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।
ଠିକାଦାରୀ ସଂସ୍ଥା ଆଲୋକୀକରଣ କରିବା ପାଇଁ ଦୁଇ ବର୍ଷ ତଳେ କେବଳ ଖୁଣ୍ଟ ପୋତି ଦେଇଥିଲା। ବର୍ତ୍ତମାନ ସୁଦ୍ଧା ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ସୌର ଆଲୋକ ଲାଗି ପାରି ନ ଥିବାରୁ ଘନ ଅନ୍ଧକାର ଆର୍‌କେ କନଷ୍ଟ୍ରକସନ ନାମକ ଭିତରେ ବୁଡି ରହୁଛି ଏହି ଇଲାକା । ଏଥିଯୋଗୁଁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟିବାରେ ଲାଗିଛି।

ଏପରିକି ଦୁଇ ତିଟି ଖୁଣ୍ଟ ଉପୁଡ଼ି ପଡ଼ିଥ‌ିବାର ଅଭିଯୋଗକାରୀ ମାନେ ଦର୍ଶାଇଥିବା ବେଳେ ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଲଘୁ ଓ ଭାରୀଯାନ, ଯାତ୍ରୀବାହୀ ବସ୍ ଓ ପଥଚାରୀ ଯାତାୟାତ କରିଥାନ୍ତି । ଜାତୀୟ ରାଜପଥ ବିଭାଗ କେବଳ ଠିକାଦାରଙ୍କୁ ଆଲୋକୀକରଣ ପାଇଁ କାର୍ଯ୍ୟ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ସମାଜସେବୀ ସନ୍ତୋଷ କୁମାର ପଣ୍ଡା, ଆଲୋକ କୁମାର ପଣ୍ଡା, ମଧୁସୂଦନ ସୁବୁଦ୍ଧି, କୟୁମ ଖାଁ, ସାମ୍ବାଦିକ ଗଣେଶ୍ବର ମହାପାତ୍ର ଓ ବିଜୟ କେତନ ପଣ୍ଡା ପ୍ରମୁଖ ଏଥ୍‌ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ବେଗୁନିଆ ବଜାରରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ତିନି ମାସରୁ ଉର୍ଦ୍ଧ୍ବ ହେବ ମଧ୍ୟ ରାତ୍ରରେ ସୌର ଆଲୋକ ଜଳୁ ନ ଥିବାରୁ ଘନ ଅନ୍ଧାର ରହୁଛି। ଏହି ଘଟଣା ସଂପର୍କରେ ଜାତୀୟ ରାଜପଥ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ଜେନାଙ୍କୁ ଯୋଗାଯୋଗ କରିବାରେ ସେ ସହକାରୀ ଯନ୍ତ୍ରୀଙ୍କୁ ପଠାଇ ଘଟଣା ସମ୍ପର୍କରେ ସତ୍ୟତା ଅନୁଧ୍ୟାନ କରିବେ ବୋଲି କହିଥିଲେ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories