www.samajalive.in
Monday, December 8, 2025
24.1 C
Bhubaneswar

ନିମ୍ନମାନର କାମକୁ ନେଇ ବିରୋଧ

ଗୋପାଳପୁର : ପୂର୍ତ୍ତବିଭାଗ ପକ୍ଷରୁ କରାପଲ୍ଲୀ -ଜଗନ୍ନାଥପୁର ରାସ୍ତାରେ ଦୁଇ କଡ଼ରେ ଚାଲୁ ରହିଥିବା ନାଳ କାମ ନିମ୍ନ ମାନର କରାଯାଉଥିବା ଅଭିଯୋଗ ନେଇ ଆଜି କରାପଲ୍ଲୀଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ନିୟୋଜିତ ଠିକାଦାର ପକ୍ଷରୁ ନାଳ କାମରେ ନିମ୍ନ ଏବଂ ସ୍ଥିରୀକୃତ ଲୁହା ରଡ଼ ବଦଳରେ କମ ମାନର ଲୁହା ରଡ଼ ବ୍ୟବହାର କରାଯାଇଥିଲା। ଏହାକୁ ନେଇ ବିରୋଧ କରିବା ସହ କାମ ବନ୍ଦ କରାଯାଇଥିଲା । ଖବର‌ ପାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିବେଦିତା ସେଠୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ସମୟରେ ୧୨ ଏମଏମ ଲୁହାଛଡ଼ ବଦଳରେ ଠିକାଦାର ପକ୍ଷରୁ ୧୦ ଏମଏମ ଲୁହାଛଡ଼ ବ୍ୟବହାର କରାଯାଇଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ଯନ୍ତ୍ରୀଙ୍କ ପକ୍ଷରୁ ଏହାକୁ ଚଳାଇ ଦେବାକୁ ବିରୋଧ କରୁଥିବା ଲୋକଙ୍କୁ କହିବାରୁ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଶେଷରେ ଯନ୍ତ୍ରୀଙ୍କ ପକ୍ଷରୁ କାମ ବନ୍ଦ କରିବା ସହ ନିର୍ଦ୍ଧାରିତ ଗେଜର ଲୁହାଛଡ଼ ବ୍ୟବହାର କରିବାକୁ ଠିକାଦାରକୁ ତାଗିଦ କରିବା ସହ କାମ କରିବାକୁ ନିର୍ଦ୍ଦେଶ ଦେବା ପରେ ଅଞ୍ଚଳବାସୀ ସେଠାରୁ ହଟିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories