www.samajalive.in
Friday, December 12, 2025
19.1 C
Bhubaneswar

ଓଡ଼ିଶାରେ ପ୍ରାର୍ଥୀ ଦେବ ତୃଣମୂଳ କଂଗ୍ରେସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ହଟାଇବା ପାଇଁ ତୃଣମୂଳ କଂଗ୍ରେସ ଦେଶର ୧୪ଟି ରାଜ୍ୟରେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଦେବ। ଦେଶରେ କିଏ ପ୍ରଧାନମନ୍ତ୍ରୀ ହେବ ବଡ କଥା ନୁହେଁ, ସମ୍ବିଧାନ ସୁରକ୍ଷା ପାଇଁ ତୃଣମୂଳ କଂଗ୍ରେସ ନେତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ସମଭାବାପନ୍ନ ଦଳକୁ ଏକାଠି କରି କେନ୍ଦ୍ରରୁ ବିଜେପି ସରକାର ହଟାଇବାକୁ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ଦଳର ଜାତୀୟ ମୁଖପାତ୍ର ତଥା ସଂସାଦ ଡେରିକ ଓବ୍ରେନ କହିଛନ୍ତି। ଖୁବ୍‍ଶୀଘ୍ର ମମତା ବାନର୍ଜୀ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶାରେ ଆସନ୍ତା ନିର୍ବାଚନରେ ତୃଣମୂଳ ନିର୍ବାଚନ ଲଢ଼ିବ। ରାଜ୍ୟର କେଉଁ କେଉଁ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ଦେବ ସେଥିପାଇଁ ଦଳ ବିଚାରବିମର୍ଶ ଚଳାଇଛି ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଦଳର ୩୪ ଲୋକସଭା ସାଂସାଦ ଓ ୧୩ ଜଣ ରାଜ୍ୟସଭା ସାଂସଦ ରହିଛନ୍ତି। ତ୍ରିପୁରା, ଆସାମରେ ଦଳର ଭଲ ସମର୍ଥନ ରହିଛି ବୋଲି ସେ କହିଛନ୍ତି। ଓଡ଼ିଶାରେ ଚାଲିଥିବା ବିଜେଡି ସରକାର ସମଦୂରତ୍ୱ ନାମରେ କେନ୍ଦ୍ରର ବିଜେପି ସରକାରଙ୍କୁ ସମର୍ଥନ ଦେଉଛି। ଦେଶର ସ୍ୱାର୍ଥ ପାଇଁ ନବୀନ ସରକାର ମଧ୍ୟ ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ଖୋଲାଖୋଲି ଆହ୍ୱାନ ଦେବା ଆବଶ୍ୟକ ବୋଲି ତୃଣମୂଳ କଂଗ୍ରେସ ନେତା କହିଛନ୍ତି।
ଏହି ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଶୁଭ୍ରାଂସୁ ଶେଖର ପାଢୀଙ୍କ ଉପସ୍ଥିତିରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଦେବୀଦତ୍ତ ବାରିକ ଓ ପ୍ରଯୋଜକ ନରେଶ ଘଡେଇ ଦଳରେ ଯୋଗ ଦେଇଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories