www.samajalive.in
Monday, December 8, 2025
24.1 C
Bhubaneswar

ଯୀଶୁଙ୍କ ଧରାବତରଣ, ରାଇକିଆରେ ଖୁସିଲହରୀ

ରାଇକିଆ: ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାବତରଣ ନେଇ ଖ୍ରୀଷ୍ଟ ଧର୍ମାବଲାମ୍ବୀଙ୍କ ମଧ୍ୟରେ ଖୁସି ଲହରୀ ଖେଲାଇଦେଛି।କାଥଲିକ୍ ଚର୍ଚ୍ଚରେ ଆଜି ୧୦ରେ ଏକ ସ୍ଵତନ୍ତ୍ର ଦିବ୍ୟଯଜ୍ଞର ଆୟୋଜନ କରାଯାଇଛି। ମୂଖ୍ୟ ଧର୍ମ ଯାଜକ ପ୍ରୋଦଷ ନାୟକ, ଯାଜକ ମଦନ ସ୍ଵାଲ ସିଂ ଯୋଗ ଦେଇ ପବିତ୍ର ବାଇବଲ ପଠନ କରି ପର୍ବର ମହତ୍ବ ବିଷୟରେ ପ୍ରଚାର ସହ ସାମୁହିକ ପ୍ରାର୍ଥନା କରାଯାଇ ଥିଲା। ସହ ଯାଜକ ପୁରୁଷୋତ୍ତମ ନାୟକ, ଯାଜକ ଜେରମ ନାୟକ ସହଯୋଗ କରିଥିଲେ।

‌ଖ୍ରୀଷ୍ଟ ବଶ୍ବାସୀ ସେମାନଙ୍କ ବିଭିନ୍ନ ଉଦ୍ଦେଶ୍ୟ ପୂରଣ ପାଇଁ ମନସିକ ରଖି ପ୍ରଭୁଙ୍କୁ ମହମବତୀ, ଧୂପ, ଦୀପ, ଫଳ ଭେଟି ଅର୍ପଣ କରିଥିଲେ। ସେହିପରି ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ ବିଶ୍ବାସୀଙ୍କୁ ଖ୍ରୀଷ୍ଟ ମାସ କେକ୍ ପ୍ରଦାନ ଦେଇଥିଲେ। ଆଜି କୋହଲା ପାଗ ସହ ବର୍ଷା ହେଉଥିଲେ ମଧ୍ୟ ବିଶ୍ଵାସଙ୍କ ମନ ଭାଙ୍ଗି ନଯାଇଥିବା ବେଳେ ଚର୍ଚ୍ଚରେ ଗହଳି ଚହଳି ହୋଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି ‌। ସେବା ଭଗ୍ନିଙ୍କ ଦ୍ବାରା ଚର୍ଚ୍ଚ ବେଦି ସାଜସଜ୍ଜା କରିଥିଲେ। ମଣ୍ଡଳୀ କର୍ମକର୍ତ୍ତାଙ୍କ ସହ ଯୁବ ଗୋଷ୍ଠୀ ଚର୍ଚ୍ଚ ସାଜସଜ୍ଜାରେ ସହଯୋଗ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories