www.samajalive.in
Sunday, November 16, 2025
15.1 C
Bhubaneswar

କମିସନରେଟ ପୁଲିସ ପଞ୍ଝାରେ ୫ ଜଣିଆ ଅପରାଧୀ ଗ୍ୟାଙ୍ଗ୍, ଚୋରା ଲଘୁ ଖଣିଜ ସମ୍ପଦ ଓ ଗୋରୁ ଚାଲାଣରେ ଥିଲେ ସକ୍ରିୟ

ଭୁବନେଶ୍ୱର : ବେଆଇନ ବାଲି, ମାଙ୍କଡ଼ା ପଥର, ମୋରମ ଭଳି ଲଘୁ ଖଣିଜ ପଦାର୍ଥ ଓ ଗୋରୁ ଚାଲାଣରେ ସକ୍ରିୟ ଏକ ୫ ଜଣିଆ ଅପରାଧୀ ଦଳକୁ କମିସନରେଟ ପୁଲିସ ଧରିଛି। କମିସନରେଟ ପୁଲିସ ପକ୍ଷରୁ ନାକାବନ୍ଦୀ ଓ ଚେକିଂ ବ୍ଲକିଂ ସମଯରେ ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଥାନା ପୁଲି ପୁଲିସ କଟକ- ଖୋଦ୍ଧା ରାସ୍ତାର ମହାବୀର ମହାବିଦ୍ୟାଳୟ ନିକଟରେ ଏହି ୫ ଅପରାଧୀ ଯାଉଥିବା ଏକ କାର୍ ଜବତ କରିଥିଲା ।

ପୁଲିସ ସେମାନଙ୍କ ନିକଟରୁ ପାଞ୍ଚଟି ବନ୍ଧୁକ, ୧୫ଟି ଅଫୁଟା ଗୁଳି, ୭ ଟି ମୋବାଇଲ ଫୋନ ଓ ନଗଦ ୮୪ହଜାର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ କଟକ ସଦର ଥାନା ଅଞ୍ଚଳର କୁଞ୍ଜପାଟଣାର ଭବାନୀ ପ୍ରସାଦ ମହାନ୍ତି, ଖୋଦ୍ଧା ଜିଲା ତୋଟାପଡ଼ା ମସଜିଦ୍ ସାହିର ସେକ୍. ରହେମତ ଅଲ୍ଲୀ ଓରଫ ଅନିଲ, ଜଟଣୀ ତରବୋଇର ମହମ୍ମଦ ଜାକିର, କଟକ ବାଦାମବାଡ଼ି ଖାନନଗର ଅଞ୍ଚଳର ଦୀପକ କୁମାର ସାହୁ ଓ ଖୋର୍ଦ୍ଧା ନିଉ ବସଷ୍ଟାଣ୍ଡର ଚନ୍ଦନ ଓରଫ ସଂଗ୍ରାମ ପ୍ରଧାନ।

- Advertisement -

ଏମାନେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲାରେ ଆପରାଧୂକ କାର୍ଯ୍ୟକଳାପରେ ସାମିଲ ଥିଲେ। ଏହି ପାଞ୍ଚଜଣଙ୍କ ନାଁରେ ଖୋଦ୍ଧା ଟାଉନ, ଖୋର୍ଦ୍ଧା ସଦର, କୁଜଙ୍ଗ, କଟକ ସଦର, ବିରିଡ଼ି, ଦରଘାବଜାର, ଖାରବେଳନଗର ଥାନା ଅଞ୍ଚଳରେ ପୂର୍ବରୁ ୧୬ଟି ଆପରାଧିକ ମାମଲା ରହିଛି। ଅଭିଯୁକ୍ତ ଭବାନୀ ନାଁରେ ୬ଟି, ସେକ୍ ରହେମତ ଅଲ୍ଲୀ ନାଁରେ ୩ଟି, ସଂଗ୍ରାମ ନାଁରେ ୭ଟି ଲେଖାଏଁ ମାମଲା ରହିଥ‌ିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କୁ ଗିରଫ କରି ଅଦାଲତ ଚାଲାଣ କରାଯାଇଥିବା ସିଂ ପୁଲିସ ଆୟୁକ୍ତ ଡ. ସୁରେଶ ଦେବଦତ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ପୁଲିସ ଉପାୟୁକ୍ତ ପିନାକ ମିଶ୍ର ଉପସ୍ଥିତ ଥିଲେ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories