www.samajalive.in
Thursday, December 11, 2025
15.1 C
Bhubaneswar

ପୁଣି ଅଦିନିଆ ବର୍ଷା, ଚାଷୀଙ୍କ ଦୁର୍ଦ୍ଦଶା ବଢିଲା

ଆଠଗଡ : ଶୀତ ଋତୁରେ ସପ୍ତାହକ ମଧ୍ୟରେ ଦୁଇଦୁଇଥର ଲଘୁଚାପଜନିତ ଅଦିନିଆ ବର୍ଷା ଚାଷୀଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଦେଇଛି।  ବର୍ଷ ଯାକର ଆହାର ଓ ଉପାର୍ଜନ ହରାଇବା ଚିନ୍ତାରେ ଚାଷୀକୂଳ ହତାଶ ହୋଇପଡିଛନ୍ତି।  ଆଠଗଡ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାବେଳେ ପନିପରିବା ଉତ୍ପାଦନରେ ଏ ଅଞ୍ଚଳର ପ୍ରସିଦ୍ଧି ରହିଛି । ଏବେ ଶୀତଦିନିଆ ପରିବା ଫସଲ କରି ବର୍ଷଯାକର ଖର୍ଚ୍ଚବାର୍ଚ୍ଚ ପାଇଁ ଆଶା ବାନ୍ଧିଥିବା ଚାଷୀବାପୁଡା ଏହି ଅଦିନିଆ ବର୍ଷାରେ ନିଜ କ୍ଷେତରେ ଅମଳକ୍ଷମ ଫସଲ ଉଜୁଡି ଯାଉଥିବା ଦେଖି ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି । ଆଠଗଡ ବ୍ଲକର ସମସରପୁର, ସଠୀଲୋ, ଇଚ୍ଛାପୁର, ଜେନାପଦା, ବଡଭୂଇଁ, ଖୁଣ୍ଟକଟା, ମହାକାଳବସ୍ତ, କଟକିଆସାହି ପ୍ରଭୃତି ପଞ୍ଚାୟତଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପନିପରିବା ଚାଷ କରାଯାଇଥାଏ ।

ସେସବୁ ଅଞ୍ଚଳରୁ ପ୍ରତିଦିନ ବହୁ ପରିମାଣର ପନିପରିବା କଟକ, ଭୁବନେଶ୍ବର, ଢେଙ୍କାନାଳ, ଅନୁଗୁଳ ଓ ଅନ୍ଯାନ୍ଯ ସ୍ଥାନକୁ ବିକ୍ରି ପାଇଁ ଚାଲାଣ ହୋଇଥାଏ । ଚାଷୀମାନେ ବର୍ଷାରେ କ୍ଷେତରେ ପଚିଯିବା ପୂର୍ବରୁ ଛୋଟ ଅବସ୍ଥାରେ ଥିବା ଫୁଲ କୋବି, ବନ୍ଧା କୋବି, ବିନ୍ ଓ ଅନ୍ଯାନ୍ଯ ପନିପରିବା ଫସଲ ତୋଳିଆଣି ସାଗମାଛ ଦରରେ ବିକ୍ରି କରିବାକୁ ବାଧ୍ଯ ହେଉଛନ୍ତି । ସେହିପରି ଆଠଗଡ ଅଞ୍ଚଳରେ ଏବେବି ପ୍ରାୟ ୪୦ ପ୍ରତିଶତ ଧାନ  କଟା ନହୋଇ ଜମିରେ ବର୍ଷା ଜଳରେ ବୁଡି ରହିଥିବାରୁ ଚାଷୀ ପର୍ଯ୍ୟାପ୍ତ କ୍ଷତି ସହିବା ଆଶଙ୍କାରେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ସରକାର କ୍ଷତିପୂରଣ ଦେବାକୁ କହୁଥିଲେ ମଧ୍ୟ ଚାଷୀଙ୍କର ପ୍ରକୃତ କ୍ଷତି କେବେବି ଭରଣା ହୋଇ ପାରିବନି ବୋଲି କୃଷିବିତ୍ ମତବ୍ୟକ୍ତ କରିଛନ୍ତି। ତଥାପି ପୋଡିଗଲା ଘରୁ କୁଟାଖିଏ ପରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପାଇବାର ଆଶା ରଖିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories