www.samajalive.in
Thursday, December 11, 2025
13.1 C
Bhubaneswar

ମହିଳା କ୍ରିକେଟ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ଵିତୀୟ ଦିନିକିଆରେ ୧୧୫ ରନରେ ସିରିଜ୍ ଜିତିଲା ଭାରତ

ଡେସ୍କ: ମହିଳା କ୍ରିକେଟରେ ଭାରତ ମଙ୍ଗଳବାର ସନ୍ଧ୍ୟାରେ ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୧୧୫ ରନରେ ପରାସ୍ତ କରି ୩ ମ୍ୟାଚ୍ ବିଶିଷ୍ଟ ଆଇସିସି ଚାମ୍ପିୟନଶିପ୍ ସିରିଜକୁ ୨-୦ରେ ଜିତି ନେଇଛି।

ଭାରତ ଦେଇଥିବା ୩୫୯ ରନର ବିଶାଳ ଟାର୍ଗେଟକୁ ପିଛା କରି ୱେଷ୍ଟଇଣ୍ଡିଜ୍ ୪୬.୨ ଓଭରରେ ୨୪୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ପ୍ରିୟା ମିଶ୍ର ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଦୀପ୍ତି ଶର୍ମା, ପ୍ରତୀକ ରାଓ୍ଵଲ ଓ ତିତାସ ସାଧୁ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ୱେଷ୍ଟଇଣ୍ଡିଜ୍ ଅଧିନାୟକ ହେଲି ମାଥ୍ୟୁଜ୍ ୧୦୯ ବଲରୁ ୧୦୬ ରନ୍ ସ୍କୋର କରିଥିଲେ।

- Advertisement -

ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୫୮ ରନ୍ କରିଥିଲା। ହରଲିନ ଦେଓଲ ୧୦୩ ବଲରେ ୧୧୫ ରନ୍ ସ୍କୋର କରିଥିଲେ। ସ୍ମୃତି ମନ୍ଧାନା, ପାର୍ଟିକା ରାଓ୍ଵଲ ଓ ଜେମିମା ରୋଡ୍ରିଗେଜ୍ ଅର୍ଦ୍ଧଶତକ ହାସଲ କରିଥିଲେ।

ପୂର୍ବରୁ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୨୧୧ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିବା ବେଳେ ତୃତୀୟ ଦିନିକିଆ ଚଳିତ ମାସ ୨୭ ତାରିଖରେ ଖେଳାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories