ନୂଆବର୍ଷ ପୂର୍ବରୁ ବଦଳିଲା ୨ ଚକିଆଙ୍କ ପାଇଁ ନିୟମ; ଟିକିଏ ଭୁଲ୍ ପାଇଁ କଟିବ ମୋଟା ଅଙ୍କର ଚାଲାଣ..
ନୂଆଦିଲ୍ଲୀ : ସାରା ଦେଶରେ କୋଟି କୋଟି ଲୋକେ ବିଭିନ୍ନ ପ୍ରକାର ଗାଡି ଚଲାଇ ଥାନ୍ତି । କିଛି ଚାରି ଚକିଆ ତ କିଛି ୨ ଚକିଆ । ଏହାସହ ଅନ୍ୟାନ୍ୟ ମାଲ ପରିବହନ କରୁଥିବା ଅନ୍ୟାନ୍ୟ ଗାଡି ମଧ୍ୟ ଚାଲୁଛି । ରାସ୍ତାରେ ଯାତାୟତ ପାଇଁ କିଛି ନିୟମ ରହିଛି । ବିଶେଷ କରି ଗାଡି ଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ନିୟମ ରହିଛି । ନିୟମର ଉଲ୍ଲଙ୍ଘନ କରିବା ଦ୍ୱାରା ଟ୍ରାଫିକ୍ ବିଭାଗ ପକ୍ଷରୁ ଜୋରିମାନା ଆଦାୟ କରାଯାଏ । ନୂଆବର୍ଷ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ଠିକ୍ ନୂଆ ବର୍ଷ ପୂର୍ବରୁ ୨ ଚକିଆ ଯାନ ଚଳାଚଳ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ବଦଳିଛି କିଛି ନିୟମ । ଏହି ନିୟମକୁ ଅଣଦେଖା କରିବା ଦ୍ୱାରା ମୋଟା ଅଙ୍କର ଚାଲାଣ ଦେବାକୁ ପଡିବ।
ବାସ୍ତୁ: ନୂଆବର୍ଷ ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି ୧୦ଟି ଜିନିଷ, ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା..
୨ ଚକିଆ ଯାନ ଚଳାଚଳ ପାଇଁ ଯେଉଁ ନିୟମ ଲାଗୁ ହୋଇଛି ତାହା ବର୍ତ୍ତମାନ ମହାରାଷ୍ଟ୍ରରେ ଲାଗୁ କରାଯାଇଛି । ମହାରାଷ୍ଟ୍ରରେ ଟ୍ରାଫିକ୍ ନିୟମକୁ ପୂର୍ବ ଅପେକ୍ଷା ଅଧିକ କଡାକଡି କରାଯାଇଛି । ୨ ଚକିଆ ଗାଡି ଚଲାଉଥିବା ସମୟରେ କେହି ଯଦି ବିନା ହେଲମେଟ୍ରେ ଧରା ପଡନ୍ତି, ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ ।
ମହାରାଷ୍ଟ୍ରର ଟ୍ରାଫିକ୍ ବିଭାଗ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି। ଇ-ଚାଲାଣ ମେସିନ୍ ଗୁଡିକୁ ମଧ୍ୟ ୨ଟି ଭିନ୍ନ ଭିନ୍ନ ଭାଗରେ ବ୍ୟବହାର ହୋଇଛି।
ମାତ୍ର ୨୬,୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ୍ ୧୫; ଜାଣନ୍ତୁ କେମିିତି,କେବଳ ୧୪ ମିନିଟ୍ରେ ଘରେ ପହଞ୍ଚିବ..
ବିନା ହେଲମେଟ୍ରେ ପ୍ରଥମେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ଏହାସହ ୩ ଥର ଲଗାତାର ବିନା ହେଲମେଟରେ ଧରା ପଡିଲେ ଲାଇସେନ୍ସ ରଦ୍ଦ କରାଯିବ।
Comments are closed.