www.samajalive.in
Thursday, December 11, 2025
13.1 C
Bhubaneswar

ସାଂସଦ ପ୍ରତାପ ଷଡ଼ଙ୍ଗୀ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ସଂସଦ ପରିସରରେ ଠେଲାପେଲା ଘଟଣାରେ ଆହତ ହୋଇଥିବା ୨ ବିଜେପି ସାଂସଦ ଚାରିଦିନ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଉତ୍ତରପ୍ରଦେଶର ଫାରୁଖାବାଦ ସାଂସଦ ମୁକେଶ ରାଜପୁତ ଡିସେମ୍ବର ୧୯ରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୂଚନା ଅନୁସାରେ, ମୁକେଶ ରାଜପୁତଙ୍କ ମୁଣ୍ଡରେ ଏବେ ବି ଯନ୍ତ୍ରଣା ରହିଛି। ଏଥିସହ ପ୍ରତାପ ଷଡ଼ଙ୍ଗୀଙ୍କର ଅଧିକ ରକ୍ତସ୍ରାବ ହେଉଥିଲା ଏବଂ ତାଙ୍କର ଗଭୀର କ୍ଷତ ହୋଇଥିଲା। ଏହି କାରଣରୁ ତାଙ୍କ ମୁଣ୍ଡରେ ଷ୍ଟିଚ୍ ମଧ୍ୟ ପଡ଼ିଛି। ରାମ ମନୋହର ଲୋହିଆ ହସ୍ପିଟାଲରେ ଅତ୍ୟଧିକ ଭିଡ଼ ଥିବାରୁ ଉଭୟ ସାଂସଦଙ୍କୁ ନୋଏଡ଼ାର କୈଳାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଡ. ବି.ଆର୍. ଆ‌ମ୍ବେଦକରଙ୍କ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ ଗୁରୁବାର ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଥିଲେ ଯେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପି ସାଂସଦ ମୁକେଶ ରାଜପୁତଙ୍କୁ ଠେଲି ଦେଇଥିଲେ। ଫଳରେ ସେ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ି ଯାଇଥିଲେ। ଏହାପରେ ସେ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଦୁହିଁଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

- Advertisement -

ଅପରପକ୍ଷେ ରାହୁଲ ଗାନ୍ଧୀ କହିଥିଲେ ଯେ, ବିଜେପି ସାଂସଦମାନେ ତାଙ୍କୁ ଅଟକାଇ ସଂସଦ ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନଥିଲେ। ସେ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଠେଲାପେଲାରେ ଏପରି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories