www.samajalive.in
Thursday, December 11, 2025
13.1 C
Bhubaneswar

ଅଶ୍ଵିନୀଙ୍କ ଅବସରକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, କହିଲେ ଏମିତି…

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ସମ୍ପର୍କରେ ଘୋଷଣା କରିବା କ୍ରିକେଟ ପ୍ରଶଂସକମାନଙ୍କୁ ନିରାଶ କରିଛି। କେବଳ ପ୍ରଶଂସକମାନେ ନୁହନ୍ତି, ଅଶ୍ଵିନୀଙ୍କ ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ଆଶ୍ଚର୍ଯ୍ୟାନ୍ବିତ କରିଛି। ଯେଉଁଥିପାଇଁ ପ୍ରଧାନମନ୍ତ୍ର ମୋଦୀ ଅଶ୍ଵିନୀଙ୍କୁ ଚିଠି ଲେଖି ସମବେଦନା ଜଣାଇବା ସହିତ ଭାରତୀୟ କ୍ରିକେଟ ଦଳ ପ୍ରତି ତାଙ୍କ ଅବଦାନକୁ ମନେପକାଇ ଢେର ପ୍ରଶଂସା କରିଛନ୍ତି। ଅଶ୍ଵିନୀ ହଠାତ ଏପରି ନିଷ୍ପତ୍ତି ନେଇ ସମସ୍ତଙ୍କୁ ବୋଲ୍‌ଡ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।

ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅଧାରୁ ଅଶ୍ଵିନୀ ଅବସର ଘୋଷଣା କରି ଭାରତ ଫେରିଆସିଥିଲେ। ଅଶ୍ଵିନୀଙ୍କ ଏପରି ଘୋଷଣା ଭାରତୀୟ କ୍ରିକେଟପ୍ରେମୀମାନଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ବର୍ତ୍ତମାନ କୁଏତ ଗସ୍ତରେ ଯାଇଥିବାବେଳେ ସେ ବି ଅଶ୍ଵିନୀଙ୍କ ଅବସର ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ମୋଦୀ ଅଶ୍ଵିନୀଙ୍କ ଅନ୍ତଜାତୀୟ କ୍ରିକେଟ କ୍ୟାରିୟରକୁ ପ୍ରଶଂସା କରି ଲେଖିଛନ୍ତି, ୯୯ ନମ୍ବର ଜର୍ସିକୁ ଭାରତୀୟ ଦଳ ସବୁବେଳେ ମିସ୍‌ କରିବ। ଅଶ୍ଵିନୀଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ବୋଲ୍‌ଡ କରିଦେଇଛି। ତେବେ ଭାରତ ପାଇଁ ଅତ୍ୟନ୍ତ ଉତ୍ତମ ପ୍ରଦର୍ଶନ କରିବା ପରେ ଏଭଳି ନିଷ୍ପତ୍ତି ଆପଣଙ୍କ ପାଇଁ ବି କଠିନ ହୋଇଥିବ ନିଶ୍ଚୟ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories