www.samajalive.in
Monday, December 8, 2025
24.1 C
Bhubaneswar

ଇଣ୍ଡୋନେସିଆ ମାଷ୍ଟର୍ସ ଫାଇନାଲରେ ସାଇନା

ଜାକାର୍ତ୍ତା :  ଭାରତର ସାଇନା ନେହଓ୍ଵାଲ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲସ ସେମିଫାଇନାଲରେ ସେ ଚୀନର ଓ୍ଵିଙ୍ଗ ଜିଆଓଙ୍କୁ ପରାସ୍ତ କରିଛନ୍ତି। ସେ ୧୮-୨୧, ୨୧-୧୨, ୨୧-୧୮ରେ ଷଷ୍ଠ ସିଡ୍ ମାନ୍ୟତା ପ୍ରାପ୍ତ ଓ୍ଵିଙ୍ଗ ଜିଆଓଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି।

ଫାଇନାଲରେ ସାଇନାଙ୍କ ମୁକାବିଲା ତିନି ଥର ବିଶ୍ବ ଚମ୍ପିଆନ ତଥା ଅଲିମ୍ପିକ ସ୍ଵର୍ଣ୍ଣ ବିଜେତା  ସ୍ପେନର କେରୋଲିନା ମାରିନଙ୍କ ସହ ହେବ। ମାରିନ ପ୍ରଥମ ସେମି ଫାଇନାଲରେ ଚୀନର ୟୁଫିଙ୍କୁ ୧୭-୨୧, ୨୧-୧୧, ୨୩-୨୧ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।

- Advertisement -

ସାଇନା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣପଦକ  ଜିତିଥିଲେ। ଏହା ବ୍ୟତୀତ ଏସୀୟ କ୍ରୀଡ଼ାରେ    ବ୍ରୋଞ୍ଜ  ପଦକ ହାସଲ କରିଥିଲେ। ଏହା ସହିତ ସେ ଡେନମାର୍କ ଓପନ,  ଇଣ୍ଡୋନେସିଆ ମାଷ୍ଟର୍ସ ଓ ସୈୟଦ ମୋଦୀ ଇଣ୍ଟରନ୍ୟାସନାଲର ଫାଇନାଲରେ ପହଞ୍ଚିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories