www.samajalive.in
Wednesday, December 10, 2025
18.1 C
Bhubaneswar

ଛୁଟି ଦିନରେ ମିଳିବ ଯୁକ୍ତ ଦୁଇ ଆଡ୍‌ମିଟ୍ କାର୍ଡ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ୍‌ ପରୀକ୍ଷା ଜାନୁଆରୀ ୨୮ରୁ ଆରମ୍ଭ ହେବ। ପରୀକ୍ଷାକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି। ଏହାପୂର୍ବରୁ ପରିଷଦ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ରଗୁଡ଼ିକୁ ଉତ୍ତରଖାତା, ପ୍ରଶ୍ନପତ୍ର ଓ ଆଡ୍‌ମିଟ୍ କାର୍ଡ ପଠାଯାଇଛି। ସାଧାରଣତନ୍ତ୍ର ଦିବସ ଓ ଜାନୁଆରୀ ୨୭ରେ ରବିବାର ଛୁଟି ପଡୁଛି। ଏହି ଛୁଟି ଦିନରେ ଛାତ୍ରଛାତ୍ରୀଙ୍କୁ ଆଡ୍‌ମିଟ୍‌ କାର୍ଡ ପ୍ରଦାନ କରାଯିବ। କଲେଜକୁ ଯାଇ ସେମାନଙ୍କ ଆଡ୍‌ମିଟ୍‌ କାର୍ଡ ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀ ଯେଭଳି ଆଡ୍‌ମିଟ୍‌ କାର୍ଡ ପାଇଁ ହଇରାଣ ନ ହୁଅନ୍ତି ସେଥିପାଇଁ କଲେଜ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories