www.samajalive.in
Saturday, December 6, 2025
16.1 C
Bhubaneswar

ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

କଲମପୁର: କଳାହାଣ୍ଡି ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୁରୁବାର କଲମପୁର ବ୍ଲକର କଲମପୁର ସମେତ ବଡକୁଟୃ ଏବଂ ବିଜମରା ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିିଛନ୍ତି। ମନ୍ତ୍ରୀ ଡ. ମହାଲିଙ୍ଗ ଜୁନାଗଡ଼ ଅଞ୍ଚଳର ବଣିଜରା ଏବଂ ଦାସିଗାଁ ମଣ୍ଡି ପରିଦର୍ଶନ କରି କଲମପୁର ବ୍ଲକ ବଙ୍କାପଲାଠାରେ ପହଞ୍ଚିବା ପରେ ବ୍ଲକ ବିଜେପି ପକ୍ଷରୁ ମଣ୍ଡଳ ସଭାପତି କମଳ ବାଗଙ୍କ ନେତୃତ୍ୱରେ ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ହରେକୃଷ୍ଣ ସାହୁଙ୍କ ସମେତ କର୍ମୀମାନେ ସ୍ୱାଗତ ଜଣାଇଥିଲେ। ଏହାପରେ କଲମପୁର ଧାନ ମଣ୍ଡିଠାରେ ମନ୍ତ୍ରୀଙ୍କ ସମେତ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲାପାଳ ପାୱାର ସଚୀନ ପ୍ରକାଶ, ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମା ପହଞ୍ଚିଥିଲେ।

କଲମପୁର ଧାନ ମଣ୍ଡିଠାରେ କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, କଲମପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଶଙ୍କର୍ଷଣ ବେହେରା, ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଭୁବନେଶ୍ୱର ବେହେରା ପ୍ରମୁଖ ମନ୍ତ୍ରୀ, ବିଧାୟକଙ୍କ ସମେତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଏହାପରେ ଚାଷୀଙ୍କ ସହ ଧାନ ମଣ୍ଡିର ସମସ୍ୟା ନେଇ ଆଲୋଚନା କରିଥିଲେ। ରାଜ୍ୟରେ ବିଜେପି ସରକାରରେ ଆସିବା ପରେ ଧାନର ମୂଲ୍ୟ ସହ ବୋନସ ଦେବାର ଘୋଷଣା କରାଯାଇଥିଲା, ଯାହା ମୋହନ ମାଝୀଙ୍କ ନେତୃତ୍ୱାଧିନ ସରକାର ପୁରଣ କରିଛନ୍ତି ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ ଚାଷୀମାନଙ୍କୁ କହିଥିଲେ।

- Advertisement -

ଏହାପରେ ବଡକୁଟୃ ଧାନ ମଣ୍ଡି ପରିଦର୍ଶନ କରିଥିଲେ। ବଡକୁଟୃ ଧାନ ମଣ୍ଡିଠାରେ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, ଘନଶ୍ୟାମ ନାଏକ, ପ୍ରାଥମିକ କୃଷି ସମବାୟ ସମିତିର ସଭାନେତ୍ରୀ ମଂଜୁଳା ସାହୁ ସ୍ୱାଗତ ଜଣାଇଥିଲେ। ପରବର୍ତି ସମୟରେ ବିଜମରା ମଣ୍ଡି ପରିଦର୍ଶନ କରିଥିଲେ। ତହସିଲଦାର ସ୍ମରଣୀକା ତୁଳ, ଚାଷୀ ଏବଂ ମିଶନ ଶକ୍ତିର ମହିଳା ମାନେ ମନ୍ତ୍ରୀ ଏବଂ ବିଧାୟକଙ୍କ ସମେତ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇଥିଲେ। ମନ୍ତ୍ରୀ ଚାଷୀଙ୍କ ସହ ଆଲୋଚନା କରିଥିଲେ। କିଛଇ ଚାଷୀ ଧାନର ସର୍ବ ନିମ୍ନ ମୂଲ୍ୟ ସହ ବୋନସ ମୂଲ୍ୟ ପାଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ। କିଛି ଚାଷୀ ଟୋକନ ସମସ୍ୟା, ଏଫଏକ୍ୟୁ ମାନର ନେଇ ପ୍ରଶ୍ନ ଉଠାଇଥିଲେ। ପୂର୍ବ ସରକାରରେ ଭୁବନେଶ୍ୱରରୁ ଟୋକନ କାର୍ଯ୍ୟକାରୀ ହେଉଥିଲା। ଜଣେ ସାଧାରଣ ଚାଷୀ ଭୁବନେଶ୍ବରରୁ ନିଜ ସମସ୍ୟା ସମାଧାନ କରିବା ଅସମର୍ଥ। ବର୍ତମାନ ଟୋକନ ସଚଳ କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି। ତେଣୁ ତୁରନ୍ତ ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ଯୁବ ମେର୍ଚ୍ଚା ସଭାପତି ବିଜୟ ଦେବ ସାହୁ ଦିପଜ୍ୟୋତି ମୁଣ୍ଡ, ଭବେନ୍ଦ୍ର ପଣ୍ଡା, ଅଜୟ କୁମାର ପାଣିଗ୍ରାହୀ, ପୁଣ୍ଡରୀକାକ୍ଷ ନାଏକ, ଅଭିମନ୍ୟୁ ନିଆଲ ପ୍ରମୁଖ ଉପସ୍ଥିତ ରହିଥିଲେ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories