www.samajalive.in
Monday, December 8, 2025
24.1 C
Bhubaneswar

କେଜିରୁ ପିଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :କେଜିରୁ ପିଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୨୫ ମସିହାରେ ଅଲ୍‌ଚିକି ଲିପିର ସୃଷ୍ଟି ହୋଇଥିଲା। ଅଲ୍‌ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଏହି ଅବସରରେ ସ୍ମରଣ କରିବା ସଙ୍ଗେସଙ୍ଗେ ୨୦୨୫ରେ  ଏହି ଲିପି ସୃଷ୍ଟି ହେବାର ଶତ ବାର୍ଷିକୀକୁ ଏକ ମିଶନ ଭାବରେ ନେଇ “Mission Ol-Chiki 2025”  କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ୨୦୨୫ ସୁଦ୍ଧା ଯଦି ସମସ୍ତେ ଅଲ୍‌ଚିକି ଲିପି ତଥା ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରିପାରିଲେ ତେବେ, ପଣ୍ଡିତ ମୁର୍ମୁଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସେ କହିଥିଲେ। ଏହି କ୍ରମରେ ଓଡିଶାରେ ସାନ୍ତାଳୀ ଭାଷାରେ ପ୍ରାଥମିକ ସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ପ୍ରଚଳନ ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସାନ୍ତାଳୀ ସାହିତ୍ୟରେ ବିଶେଷ ଅବଦାନ ନିମନ୍ତେ ସୁରେଶ କୁମାର ହେମ୍ବ୍ରମ ତାଙ୍କର ପୁସ୍ତକ “ ସୋନାଲି ଘାରଂଜ୍” ପାଇଁ ଶ୍ୟାମ ସୁନ୍ଦର ହେମ୍ବ୍ରମ ସମ୍ମାନ ୨୦୨୪, ଦୁର୍ଗା ସୋରେନଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ- “ଉନି କୁଳିଦ ଅକୟ?” ପାଇଁ ଯୁବ ପୁରସ୍କାର, ଆର୍ସୁ ହାଁସଦାଃ ଙ୍କୁ ତାଙ୍କ କବିତା ପୁସ୍ତକ “ଆର୍‌ସି”  ପାଇଁ ଯଦୁମଣି ବେଶ୍ରା ସମ୍ମାନ ଏବଂ ଜୀବନ ବ୍ୟାପୀ ସାହିତ୍ୟ ସାଧନା ପାଇଁ ବିଶିଷ୍ଟ ଲେଖକ ତଥା ସମାଜସେବୀ ଲକ୍ଷ୍ମଣ ମାର୍ଣ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଏଥି ସହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତୃଣମୂଳ ସ୍ତରରେ ସାନ୍ତାଳୀ ଲେଖକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଭାଗବତ ହେମ୍ବ୍ରମ, ଗୋବିନ୍ଦ ହାଁସାଦାଃ, ମୋହନ ସୋରେନ୍‌, ମଧୁସୂଦନ ମୁର୍ମୁ ଓ ଜ୍ୟୋତିଲାଲ୍ ହେମ୍ବ୍ରମ ପ୍ରମୁଖଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ମନ୍‌ କି ବାତ୍‌ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ବାରା ପ୍ରଶଂସିତ ସାନ୍ତାଳୀ ଲିପିର ଟାଇପ୍‌ ବୋର୍ଡର ପ୍ରଚଳନ ପାଇଁ ରାମଜିତ୍‌ ଟୁଡୁ ଏବଂ ୟୁଟ୍ୟୁବର ଲବ ହାଁସଦାଃଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିଥିଲେ।
ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାରଶକଣା ବିଧାୟକ ଭାଦବ ହାଁସଦାଃ, ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, ସାନ୍ତାଳୀ ସାହିତ୍ୟ ଏକାଡେମୀ ନୂଆ ଦିଲ୍ଲୀର ପୂର୍ବତନ ସଂଯୋଜକ ମଦନ ମୋହନ ସୋରେନ୍‌ ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ପ୍ରମୁଖ ଯୋଗଦେଇ ନିଜର ମତାମତ ରଖିଥିଲେ। ସରୋଜ କୁମାର ସୋରେନ୍‌ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଅଧ୍ୟକ୍ଷ  ସୁନାରାମ୍‌ ମାର୍ଣ୍ଡି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ  ସମ୍ପାଦକ ଅର୍ଜୁନ ମାର୍ଣ୍ଡି ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସହସମ୍ପାଦକ ମହେଶ୍ବର ସୋରେନ୍‌ ସଂଯୋଜନା କରିଥିଲେ ଓ ଶେଷରେ ସଂଘର ଉପସଭାପତି ସିଙ୍ଗ୍ରାୟ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ। କେଉଁଝର ସାନ୍ତାଳୀ ସାହିତ୍ୟ ଓ ସାଂସ୍କୃତିକ ସଂଘ ଦ୍ବାରା ବିଭିନ୍ନ ସାନ୍ତାଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories