www.samajalive.in
Wednesday, December 10, 2025
14.1 C
Bhubaneswar

ରେଳ ଧକ୍କାରେ ୨ ମୃତ, ଜଣେ ଗୁରୁତର

ଲାଠିକଟା: କଲୁଙ୍ଗା ରେଳ ଫାଟକରେ ରେଳ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଆଜି ରାତି ପ୍ରାୟ ୯ଟା ବେଳେ ଏକ ଟ୍ରେନ ଡାଉନ ଲାଇନରେ ରେଳ ଫାଟକ ଦେଇ ଆସୁଥିବାରୁ କଲୁଙ୍ଗା ରେଳ ଫାଟକ ବନ୍ଦ ରହିଥିଲା। ରେଳ ଫାଟକ ବନ୍ଦ ରହିବା ସତ୍ତ୍ବେ କେତେକ ଲୋକ ବାଇକରେ ଫାଟକ ନିକଟ ଗଳା ବାଟରେ ଯାଉଥିଲେ। ସେହି ସମୟରେ ଏକ ଟ୍ରେନ ମାଡ଼ି ଆସିଥିଲା। ଫଳରେ ୩ଟି ବାଇକରେ ଯାଉଥିବା ଲୋକଙ୍କୁ ଧକ୍କା ଦେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ପଙ୍କଜ ଶର୍ମା ଏବଂ ଲଲିତ ବୋଲି ଜଣାପଡିଛି। ରେଳ ଧକ୍କାରେ ୩ଟି ଯାକ ବାଇକ ଖଣ୍ଡ ବିଖଣ୍ଡିତ ହୋଇଯାଇଛି।

କଲୁଙ୍ଗା ପୁଲିସ ଆମ୍ବୁଲାନ୍ସ ଡକାଇ ଆହତଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଚିକିତ୍ସିତ ଥିବା ଜଣାପଡିଛି। ପ୍ରକାଶଥାଉକି କଲୁଙ୍ଗା ରେଳ ଫାଟକ ନିକଟରେ ଅନେକ ସମୟ ୨-୩ଟି ମାଲବାହୀ ଟ୍ରେନ ଛିଡ଼ା ହୋଇ ରହିଥାଏ। ଫଳରେ ରାଜଗାଙ୍ଗପୁରରୁ ରାଉରକେଲା ଅଭିମୁଖେ ଅନ୍ୟ ରେଳ ଧାରଣାରେ ଆସୁଥିବା ରେଳ ସମ୍ପର୍କରେ ଜନସାଧାରଣ ଜାଣିପାରନ୍ତି ନାହିଁ। କେତେ ଦୂରରେ ରେଳ ରହିଛି ତାହା ଜାଣି ନ ପାରି ଅନେକ ଲୋକ ରେଳ ଫାଟକ ତଳେ ଗଳି ବାଇକ ନେଇ ତରବରିଆରେ ଆର ପାଖକୁ ଯିବାକୁ ଚେଷ୍ଟା କରିଥା’ନ୍ତି।

- Advertisement -

ଫଳରେ ସେମାନେ ଟ୍ରେନ ଆସୁଥିବା ବିଷୟରେ ନ ଜାଣି ପାରିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଏ ନେଇ ରେଳ ଫାଟକ କର୍ମଚାରୀ ଫାଟକ ବନ୍ଦ ଥିବା ଗଳା ବାଟ ଦେଇ ଆସୁଥିବା ଲୋକଙ୍କୁ ତାଗିଦ ମଧ୍ୟ କରୁଛନ୍ତି, କିନ୍ତୁ ଲୋକ ତାଙ୍କ କଥାକୁ ଖାତିର କରୁ ନ ଥିବା ଦେଖିବାକୁ ମିଳୁଛି ା ଆଜିର ଏହି ଘଟଣା ଏଭଳି କିଛି କାରଣରୁ ହୋଇଥିବା ଜଣାପଡିଛି। ରେଳ ଫାଟକ ବନ୍ଦ ରହିଥିବା ବେଳେ ଲୋକେ ବାଇକ ନେଇ ରେଳଧାରଣା ପାର ହେଉଥିବାବେଳେ ଦୁର୍ଘଟଣା ଘଟିଥିବା ଜଣାଯାଇଛି ା

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories