ପୁରାତନ ସଭ୍ୟତା ଆବିଷ୍କାର କଲେ ପ୍ରତ୍ନତତ୍ତ୍ୱବିତ, ମାଟି ତଳୁ ପାଇଲେ ୧୦ ହଜାର ବର୍ଷ ପୁରୁଣା ଅଳଙ୍କାର
ବେଇଜିଙ୍ଗ: ଚୀନର ପ୍ରତ୍ନତତ୍ତ୍ୱବିତଙ୍କୁ ମିଳିଲା ବଡ ସଫଳତା। ପ୍ରତ୍ନତାତ୍ତ୍ୱିକ ଉତଖନନ ସମୟରେ ମାଟି ତଳେ ଅନେକ ବହୁମୂଲ୍ୟ ଅଳଙ୍କାର, ସୁନା ଓ ରୁପା ମୁଦ୍ରା ପୋତି ହୋଇ ରହିଥିବା ଜଣାପଡିଥିଲା। ପ୍ରତ୍ନତାତ୍ତ୍ୱିକ ଉତଖନନ କରିବା ସମୟରେ ପ୍ରତ୍ନତତ୍ତ୍ୱବିତଙ୍କୁ ମାଟି ତଳୁ ୧୦ ହଜାର ବର୍ଷ ପୁରୁଣା ଅଳଙ୍କାର ମିଳିଛି। ଦକ୍ଷିଣ ପଶ୍ଚିମ ଚୀନର ସାଙ୍ଗଜିଙ୍ଗ ଡୁଇ ଅଞ୍ଚଳରେ ଏକ ପୁରାତନ ସଭ୍ୟତା ରହିଥିଲା, ଯାହାକୁ ଚୀନର ପ୍ରତ୍ନତତ୍ତ୍ୱବିତ ଆବିଷ୍କାର କରିଛନ୍ତି।
କିଛିମାସ ହେବ ଦକ୍ଷିଣ ପଶ୍ଚିମ ଚୀନର ସାଙ୍ଗଜିଙ୍ଗ ଡୁଇ ଅଞ୍ଚଳରେ ଥିବା ପୁରାତନ ସଭ୍ୟତାର ଅବଶେଷ ଖୋଜିବାକୁ ଏକ ଅନୁସନ୍ଧାନକାରୀ ଦଳ(ପ୍ରତ୍ନତତ୍ତ୍ୱବିତ) ସେହି ଅଞ୍ଚଳରେ ଖନନ ଆରମ୍ଭ କରିଥିଲେ। ମାଟି ତଳୁ ଅନୁସନ୍ଧାନକାରୀ ଦଳକୁ ୧୦ ହଜାର ବର୍ଷ ପୁରୁଣା ଅଳଙ୍କାର ମିଳିଥିବା ଜଣାପଡ଼ିଛି। ଶଙ୍ଗ୍ ବଂଶର ରାଜା ଏହି ଅଞ୍ଚଳରେ ଶାସନ କରୁଥିଲେ ବୋଲି ପ୍ରତ୍ନତତ୍ତ୍ୱବିତ ସୂଚନା ଦେଇଛନ୍ତି । ମିଳିଥିବା ଅଳଙ୍କାରଗୁଡ଼ିକ ସେହି ରାଜବଂଶର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ମାଟି ତଳୁ ୭୪୦୦ରୁ ଅଧିକ ସାମଗ୍ରୀ ଉଦ୍ଧାର କରାଯାଇଛି। ସେଥିରେ ଅନେକ ସୁନା ଅଳଙ୍କାର, ସୁନାର ମୂର୍ତ୍ତି, ଆସବାବପତ୍ର ସହ ସୁନାରେ ନିର୍ମିତ ମୁଖା ରହିଛି। ସୁନା ମୁଖାଗୁଡ଼ିକ ୮ ଇଞ୍ଚ ଚଉଡ଼ା ବୋଲି ଜଣାପଡ଼ିଛି।
ଦକ୍ଷିଣ ପଶ୍ଚିମ ଚୀନର ସାଙ୍ଗଜିଙ୍ଗ ଡୁଇ ଅଞ୍ଚଳରେ ଅଧିକ ଖନନ କରାଗଲେ ଆହୁରି ଅନେକ ପୁରୁଣା ସାମଗ୍ରୀ ମିଳିବାର ଆଶା ରହିଛି ବୋଲି ପ୍ରତ୍ନତତ୍ତ୍ୱବିତ ତଥା ଏହି ପ୍ରତ୍ନତାତ୍ତ୍ୱିକ ଉତଖନନରେ ନିୟୋଜିତ ଅନୁସନ୍ଧାନକାରୀ ଦଳ ସୂଚନା ଦେଇଛନ୍ତି ।
Comments are closed.