www.samajalive.in
Saturday, December 13, 2025
26.1 C
Bhubaneswar

ବିଦ୍ୟୁତ କେବୁଲ ଜାଳିଦେଲେ ମସ୍ତିଷ୍କ ବିକୃତ ବ୍ୟକ୍ତି, ଢେଙ୍କିକୋଟ ବଜାର ଅନ୍ଧକାର

ପାଟଣା: କେନ୍ଦୁଝର ଜିଲାର ବ୍ୟବସାୟିକ ବ୍ୟସ୍ତ ବହୁଳ ଢେଙ୍କିକୋଟ ବଜାର ମଧ୍ୟଦେଇ ଯାଇଛି ୨୦ ନଂ ଜାତୀୟ ରାଜପଥ। ଏହି ରାଜପଥ ପାଇଁ ବଜାର ମଧ୍ୟରେ ଏକ ଓଭରବ୍ରିଜ ନିର୍ମାଣ ହୋଇଛି। ଓଭରବ୍ରିଜ ତଳେ ଢେଙ୍କିକୋଟ ବଜାର ମଧ୍ୟରେ ଥିବା ସମସ୍ତ ଷ୍ଟ୍ରିଟ୍ ଲାଇଟ ପାଇଁ ଏକ ବିଦ୍ୟୁତ ତାରର କେବୁଲ ବିଛା ଯାଇଥିଲା। ମାତ୍ର କେନ୍ଦୁଝର ଜିଲାରେ ଶୀତର ପ୍ରକୋପ ବଢି ଯାଇଥିବାରୁ ସୋମବାର ସକାଳୁ ବଜାରରେ ବୁଲୁଥିବା ଜଣେ ମସ୍ତିଷ୍କ ବିକୃତ ବ୍ୟକ୍ତି କେବୁଲ ଉପରେ ଆବର୍ଜନା ପକାଇ ନିଆଁ ଜାଳି ପୁଇଁ ହେଉଥିଲା। ଯାହାଦ୍ବାରା ଷ୍ଟ୍ରିଟ୍ ଲାଇଟ କେବୁଲଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଫଳରେ ସୋମବାର ସନ୍ଧ୍ୟାରୁ ରାତିସାରା ଢେଙ୍କିକୋଟ ବଜାର ସମ୍ପୂର୍ଣ୍ଣ ଅନ୍ଧକାର ହୋଇ ରହିଛି। କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories