www.samajalive.in
Wednesday, December 10, 2025
26.1 C
Bhubaneswar

ହ୍ୱାଟ୍ସଆପ୍‌; ଚୁଟ୍‌କିରେ ପଢନ୍ତୁ ଗୋଟିଏ କ୍ଲିକ୍‌ରେ ଡିଲିଟ୍‌ ମେସେଜ୍‌..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ସାରା ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଇଷ୍ଟାଣ୍ଟ ମେସେଜିଙ୍ଗ୍‌ ପ୍ଲାର୍ଟଫର୍ମ । ଏଥିରେ ଉପଭୋକ୍ତାଙ୍କ ସୁବିଧା ପାଇଁ ଅନେକ ଫିଚର୍‌ ରହିଛି ।
ଏଭଳି ହିଁ ଏକ ଫିଚର ହେଉଛି ହ୍ୱାଟ୍ସଆପ୍‌ ମେସେଜ ଡିଲିଟ୍‌ କରିବା । ଏହି ଫିଚର୍‌ ଦ୍ୱାରା ଉପଭୋକ୍ତା ଯେକୌଣସି ସମୟରେ ଆସିଥିବା ମେସେଜ୍‌କୁ ଡିଲିଟ୍‌ କରି ପାରନ୍ତି ।

ସେଭଳି ଏହି ଫିଚର୍‌ ପାଇଁ କେତେକ ସମୟରେ ଲୋକ ଚିନ୍ତିତ ମଧ୍ୟ ହୋଇଥାଆନ୍ତି । ଯଦି କେହି ମେସେଜ କରିବା ପରେ ଡିଲିଟ୍‌ କରିଥିବେ, ତେବେ ଉପଭୋକ୍ତା ସେହି ମେସେଜ ଜାଣିବା ପାଇଁ ଇଚ୍ଛା କରିବା ସହ ଚିନ୍ତିତ ହୋଇଥାଆନ୍ତି ।

ଡିସେମ୍ବର ୧୬ରୁ ବୁଧଙ୍କ ସିଧା ଚଳନ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ,କିଣିବେ ଭୂମି,ଯାନ..

- Advertisement -

ନିଜ ଫୋନ୍‌ରେ ଗୋଟିଏ ସେଟିଙ୍ଗ୍‌ ସାହାଯ୍ୟରେ ଆପଣ ଡିଲିଟ୍‌ ହୋଇଥିବା ମେସେଜ୍‌କୁ ପଢି ପାରିବେ । ଏଥିପାଇଁ ଆପଣଙ୍କୁ ନୋଟିଫିକେସନ୍‌ ହିଷ୍ଟ୍ରିର ସାହାଯ୍ୟ ନେବାକୁ ପଡିବ ।

ଏଥିପାଇଁ ଆପଣଙ୍କୁ ଫୋନ୍‌ର ସେଟିଙ୍ଗ୍‌କୁ ଯିବାକୁ ପଡିବ । ଏଠାରେ ନୋଟିଫିକେସନ୍‌ ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ପଡିବ । ଏଠାରେ ଅନ୍ୟାନ୍ୟ ବିକଳ୍ପ ମିଳିବ । ଏହାପରେ ଆପଣଙ୍କୁ ମୋର୍‌ ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ପଡିବ । ଏଠାରେ ନୋଟିଫିକେସନ୍‌ ହିଷ୍ଟ୍ରି ବିକଳ୍ପ ମିଳିଯିବ । ଏଠାରେ ଏହି ଫିଚର୍‌କୁ ଅନ୍‌ କରିବାକୁ ପଡିବ । ଏହାପରେ ଯେକୌଣସି ଆପ୍‌ର ନୋଟିଫିକେସନ୍‌କୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏଠାରୁୁ ଏକ୍ସେସ୍‌ କରି ପାରିବେ ।

ଏହି ଫିଚରକୁ ଅନ୍‌ ରଖିବା ଦ୍ୱାରା ଯେକୌଣସି ଡିଲିଟ୍‌ ହୋଇଥିବା ମେସେଜ୍‌ ସହ ହ୍ୱାଟ୍ସଆପ୍‌ ମେସେଜର ହିଷ୍ଟ୍ରି ମଧ୍ୟ ଦେଖିପାରିବେ ।

ମାତ୍ର ଏହି ଫିଚର୍‌ ସାହାଯ୍ୟରେ ଆପଣ ହ୍ୱାଟ୍ସଆପ୍‌ ମେସେଜରେ ଆସିଥିବା ଲିଙ୍କ୍‌, ଫଟୋ, ଭିଡିଓ, ଅଡିଓ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟକୁ ଏକ୍ସେସ୍‌ କରି ପାରିବେ ନାହିଁ ।

ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

ଦେଖନ୍ତୁ ଭିଡିଓ; ଭାଗ୍ୟବାନ୍‌ ଯୁବକ, ଚଳନ୍ତା ଟ୍ରାକ୍ଟର ଚଳ ତଳୁ କେମିତି ବଞ୍ଚିଲା ଜୀବନ..

ଦୁନିଆର ସବୁଠାରୁ ମହଙ୍ଗା ପୋକ; ପୋକ ଦାମ୍‌ରେ କିଣିପାରିବେ ବିଏମଡବ୍ଲ୍ୟୁ,ଅଡି..

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories