ନୂଆଦିଲ୍ଲୀ: ପରଲୋକରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ। ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ଆମେରିକାର ସାନ ପ୍ରାନ୍ସିକୋର ଏକ ହସ୍ପିଟାଲରେ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଉପାଧିରେ ସମ୍ମାନୀତ କରିଛନ୍ତି। ଭାରତୀୟ ସଙ୍ଗୀତ ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ଅନେକ ଶାସ୍ତ୍ରୀୟ ସଙ୍ଗୀତରେ ସେ ପାରଙ୍ଗମ ଥିଲେ।
ସୂଚନା ଅନୁଯାୟୀ ଆଜି ଜାକିର ହୁସେନଙ୍କ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବାରୁ ତାଙ୍କୁ ଆମେରିକାରେ ଏକ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ହୃଦଘାତ ଜନିତ ସମସ୍ୟା ଦେଖା ଦେବାପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ସାନ୍ଫ୍ରାନ୍ସିସ୍କୋରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ଶେଷରେ ଆଜି ଜାକିର ହୁସେନ ସବୁଦିନ ପାଇଁ ଆଖି ବୁଜିଛନ୍ତି । ତାଙ୍କ ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।



